ସମ୍ବଲପୁର, ୧୪ ଜୁଲାଇ (ହି.ସ.) ସମ୍ବଲପୁର ଜିଲ୍ଲା ବାମରା ବ୍ଲକର ଜଙ୍ଗଲ ପରିବେଷ୍ଟିତ ମହୁଲପାଲି ସ୍ଥିତ ହାଇ ସ୍କୁଲ ପରିସରରେ ସ୍କୁଲ ସବୁଜ ବାହିନୀ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସହିତ ଏକ ସଚେତନତା ସଭା ଅନୁଷ୍ଠିତ ହୋଇ ଯାଇଛି । ପ୍ରଧାନ ଶିକ୍ଷକ କିରଣ ପ୍ରକାଶ ନାୟକଙ୍କ ସଭା ପତିତ୍ଵରେ ଆୟୋଜିତ ସଭାରେ ବିଶିଷ୍ଟ ପରିବେଶବିତ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପୃଥିବୀର ଜଳବାୟୁ ପରିବର୍ତ୍ତନକୁ ସଜାଡ଼ିବା ପାଇଁ ଜଙ୍ଗଲ ସଂପଦ ଓ ବନ୍ୟ ପ୍ରାଣୀକୁ ଜନ ସଂଖ୍ୟା ଅନୁରୂପ ବୃଦ୍ଧି କରିବାକୁ ପଡ଼ିବ ବୋଲି କହିଥିଲେ । ସଭାରେ ଛାତ୍ର ,ଛାତ୍ରୀ ଓ ଉପସ୍ଥିତ ବୁଦ୍ଧିଜୀବୀ ମହୁଲପାଲି ଅଞ୍ଚଳରେ ଥିବା ଜଙ୍ଗଲର ସୁରକ୍ଷା ଓ ବନ୍ୟ ପ୍ରାଣୀ ବୃଦ୍ଧି ପାଇଁ ସଂକଳ୍ପ ନେଇଥିଲେ ।ସମ୍ମାନିତ ଅତିଥି ସ
ଉଦ୍ୟାନ ବିଭାଗର ପୂର୍ବତନ ଯନ୍ତ୍ରୀ ରବୀନ୍ଦ୍ର କୁମାର ଦାସ ବୃକ୍ଷ ରୋପଣର ପ୍ରଣାଳୀ ସମ୍ପର୍କରେ ସୂଚନା ଦେଇଥିଲେ । କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷକ ମନୋଜ କୁମାର ସାହୁ ସଂଯୋଜନା କରିଥିଲେ । ସହକାରୀ ଶିକ୍ଷୟିତ୍ରୀ ତୁଳସୀ ଲାକ୍ରା ପ୍ରାରମ୍ଭିକ ସୂଚନା , ସୁପ୍ରିୟା ପଟେଲ ଅତିଥି ପରିଚୟ ଓ ଶେଷରେ ବର୍ଷା ସୁନାନୀ ଧନ୍ୟବାଦ ଅର୍ପଣ କରିଥିଲେ ।ଏହା ପରେ କିରାଣୀ ଆଲୋକ କୁମାର ପଟେଲଙ୍କ ନେତୃତ୍ୱରେ ଛାତ୍ର,ଛାତ୍ରୀ ବିଭିନ୍ନ ସ୍ଲୋଗାନ ସହ ଶୋଭାଯାତ୍ରା ରେ ଯାଇ ବୃକ୍ଷ ରୋପଣ କରିଥିଲେ । ମାନସ ସାହୁ, ରୀତାଳିନ ସାହୁ, ଲକ୍ଷ୍ମୀପ୍ରିୟା ସେଠ, ଆରତୀ ସାହୁ, ସୋନାଲି ସିଂ ମହାପାତ୍ର,ପ୍ରାଚୀ ନାୟକ, କୁସ୍ତି ସୁନାନି, ବୁବୁନ ସାହୁ,ତାପସ ପୃସେଟ, ସୋୟମଶ୍ରୀ ନାୟକ,ଶରତ ଗର୍ଡିଆ,ମହେଶ ମିଞ୍ଜ, ରାକେଶ କିସାନ, ଆଦିତ୍ୟ କିସାନ,ଖଗେଶ୍ବର କିସାନ,ପ୍ରଶାନ୍ତ ନାଏକ, ସୁରାଜ୍ ଧନୱାର, ଗୋପବନ୍ଧୁ କିସାନ, ସୁଶିଲ ଡୁଙ୍ଗ ଡୁଙ୍ଗ, ଶ୍ରୀତମ ଲୁଗୁନ ପ୍ରମୁଖ ଙ୍କ ପରିଚାଳନାରେ ସ୍କୁଲ ପରିସର ଓକ୍ଷେଲ ପଡିଆ ଚାରି ପଟେ ବୃକ୍ଷ ରୋପଣ କରାଯାଇଥିଲା ।ମୋଟ ୬୩ ଟି ବିଭିନ୍ନ ପ୍ରଜାତିର ଚାରା ରୋପଣ କରାଯାଇଥିଲା ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ