କେନ୍ଦୁଝର, ୧୪ ଜୁଲାଇ (ହି.ସ.)- ପବିତ୍ର ଶ୍ରାବଣ ମାସ ପ୍ରଥମ ସୋମବାର ଅବସରରେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ନିତ୍ୟାନନ୍ଦପୁର ଗ୍ରାମ ଚମ୍ପେକେଶ୍ୱର ମହାଦେବ ମନ୍ଦିରରେ ୧୦୮ କୁମ୍ଭ ଜଳାଭିଷେକ ତଥା ୧୦୮ ବିଲ୍ଵପତ୍ର ପ୍ରଦାନ ପୂର୍ବକ ଦେବ ଦେବ ମହାଦେବଙ୍କ ପୂଜାର୍ଚ୍ଚନା କରାଗଲା। କେନ୍ଦୁଝର ଜିଲ୍ଲା ଭାଗବତ ପ୍ରଚାର ପ୍ରସାର ସମିତି ସଭାପତି ତଥା ଜିଲ୍ଲା ଯାଦବ ମହାସଭା ଉପଦେଷ୍ଟା ଆଚାର୍ଯ୍ୟ ଦାଶରଥି ପ୍ରଧାନ ୧୦୮ ଜଳାଭିଷେକ ମନ୍ତ୍ର ଓ ବିଲ୍ଵ ସମର୍ପଣ ମନ୍ତ୍ର ପାଠ କଲେ ।
ମନ୍ଦିରର ସଭାପତି ଲଛମନ ବାରିକ , ବରିଷ୍ଠ ଭକ୍ତ ସନ୍ତୋଷ କୁମାର ଘଣା, ଅଯୋଧ୍ୟା ଘଣା, ଦୁଖବନ୍ଧୁ ବାରିକ, ଦୁଃଖବନ୍ଧୁ ମହାକୁଡ, ଅନିତା ଘଣା,ରଞ୍ଜିତା ବାରିକ, ମମିନା ଅରୁକ, କୁରୂବାଲି ଘଣା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA