ଚକ୍ରୋଡା ମିଶନଶକ୍ତିର ରେଜିଷ୍ଟାର ଓ ଚେକ ବୁକ୍ ଜବରଦସ୍ତି ରଖିଥିବା ଅଭିଯୋଗ
କେନ୍ଦ୍ରାପଡ଼ା, ୧୪ ଜୁଲାଇ(ହି.ସ.) – କେନ୍ଦ୍ରାପଡା ବ୍ଲକ ଅଧିନ ଚକ୍ରୋଡା ମିଶନଶକ୍ତି ର କାର୍ଯ୍ୟକାରୀ ସଦସ୍ୟା ମାନେ ଓଡିଶା ଜୀବିକା ମିଶନ(ଓଏଲଏମ୍‌) ବିପିଏମ୍ ମ୍ୟାଡାମଙ୍କ ବିରୋଧରେ ଏକ ଅଭିଯୋଗ ପତ୍ର ମଣ୍ଡଳ ଉନ୍ନୟନ ଅଧିକାରୀଙ୍କୁ ପ୍ରଦାନ କରିଥିବା ଜଣାପଡିଛି । ସେମାନଙ୍କ ଅଭିଯୋଗ ମୁତାବକ ମହାସଂଘର ନି
ଚକ୍ରୋଡା ମିଶନଶକ୍ତିର ରେଜିଷ୍ଟାର ଓ ଚେକ ବୁକ୍ ଜବରଦସ୍ତି ରଖିଥିବା ଅଭିଯୋଗ


କେନ୍ଦ୍ରାପଡ଼ା, ୧୪ ଜୁଲାଇ(ହି.ସ.) – କେନ୍ଦ୍ରାପଡା ବ୍ଲକ ଅଧିନ ଚକ୍ରୋଡା ମିଶନଶକ୍ତି ର କାର୍ଯ୍ୟକାରୀ ସଦସ୍ୟା ମାନେ ଓଡିଶା ଜୀବିକା ମିଶନ(ଓଏଲଏମ୍‌) ବିପିଏମ୍ ମ୍ୟାଡାମଙ୍କ ବିରୋଧରେ ଏକ ଅଭିଯୋଗ ପତ୍ର ମଣ୍ଡଳ ଉନ୍ନୟନ ଅଧିକାରୀଙ୍କୁ ପ୍ରଦାନ କରିଥିବା ଜଣାପଡିଛି । ସେମାନଙ୍କ ଅଭିଯୋଗ ମୁତାବକ ମହାସଂଘର ନିଷ୍ପତି ଅନୁଯାଇ ୫ ଗୋଟି ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ସିଆଇଏଫ୍ ଋଣ ପ୍ରଦାନ କରାଯିବା ନିମନ୍ତେ ବ୍ୟବସ୍ଥା କରା ଯାଇଥିଲା । ସେହି ୫ଗୋଟି ସ୍ୱୟଂ ସହାୟିକା ଗୋଷ୍ଠୀର ପ୍ରପୋଜାଲ ଓ ଚେକ୍ ବୁକ୍ ଓଡିଶା ଜୀବିକା ମିଶନ ବିଏଲସିଙ୍କ କାଉଂଟର ସିଗନେଚର ପାଇଁ ପଠା ଯାଇଥିବା ବେଳେ ଓଡିଶା ଜୀବିକା ମିଶନ ର ବିପିଏମ୍ ମ୍ୟାଡାମ ରେଜିଷ୍ଟାର ଓ ଚେକ ବୁକ୍‌କୁ ଜବରଦସ୍ତି ନିଜ ପାଖରେ ରଖିଥିବା ବିଡିଓଙ୍କ ନିକଟରେ ସଭାନେତ୍ରୀ ସରୋଜିନୀ ରାଉତ, ସଂପାଦିକା ଅନ୍ନପୂର୍ଣ୍ଣା ଦାସଙ୍କ ସମେତ ରଶ୍ମିତା ପଣ୍ଡା, ମମତା ଜେନା, ରଶ୍ମିତା ରାଉତ, ରେଣୁକା ନାୟକ, ସଂଯୁକ୍ତା ମଲିକ, ରଶ୍ମିତା ବେହୁରା ପ୍ରମୁଖଙ୍କ ସମେତ ଶତାଧିକ ସଭ୍ୟାମାନେ ଅଭିଯୋଗ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande