ଆଜି ପ୍ରଥମ ଶ୍ରାବଣ ସୋମବାର, ଜଳଲାଗି ପାଇଁ ଶିବାଳୟରେ ଭିଡ
ଭୁବନେଶ୍ୱର, 14 ଜୁଲାଇ (ହି.ସ.)- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ତେଣୁ ସକାଳୁ ସକାଳୁ ସମସ୍ତ ଶିବ ମନ୍ଦିର ଗୁଡିକରେ ଭକ୍ତ ମାନଙ୍କର ପ୍ରବଳ ଭିଡ ଜମିଥିବା ଦେଖିବାକୁ ମିଳିଛି। କାଉଡିଆମାନେ ବିଭିନ୍ନ ନଦୀରୁ ଜଳ ଉଠାଇ ଶିବଲିଙ୍ଗରେ ଲାଗି କରିଛନ୍ତି । ରାଜ୍ୟର ପ୍ରମୁଖ
ଆଜି ପ୍ରଥମ ଶ୍ରାବଣ     ସୋମବାର, ଜଳଲାଗି ପାଇଁ ଶିବାଳୟରେ ଭିଡ


ଭୁବନେଶ୍ୱର, 14 ଜୁଲାଇ (ହି.ସ.)- ଆଜି ଶ୍ରାବଣ

ମାସର ପ୍ରଥମ ସୋମବାର । ତେଣୁ ସକାଳୁ ସକାଳୁ ସମସ୍ତ ଶିବ ମନ୍ଦିର ଗୁଡିକରେ ଭକ୍ତ ମାନଙ୍କର

ପ୍ରବଳ ଭିଡ ଜମିଥିବା ଦେଖିବାକୁ ମିଳିଛି। କାଉଡିଆମାନେ ବିଭିନ୍ନ ନଦୀରୁ ଜଳ ଉଠାଇ ଶିବଲିଙ୍ଗରେ

ଲାଗି କରିଛନ୍ତି । ରାଜ୍ୟର ପ୍ରମୁଖ ଶୈବପୀଠ ଧବଳେଶ୍ୱର, ଲିଙ୍ଗରାଜ, ଲୋକନାଥ, ଗୁପ୍ତେଶ୍ୱର,

ଲଡୁବାବା, କପିଳାସ, ପଂଚଲିଙ୍ଗେଶ୍ୱର ଆଦି ଶୈବପୀଠରେ କାଉଡିଆମାନେ ଶିବଲିଙ୍ଗରେ ଜଳାଭିଷେକ

କରିଛନ୍ତି । ଏଥିପାଇଁ ସମସ୍ତ ଶୈବପୀଠ ଚଳଚଂଚଳ । ରାତି ଅଧରୁ ମନ୍ଦିରରେ ଲମ୍ବା ଲାଇନ ଲାଗିଥିଲା

। ଭକ୍ତମାନେ ଦୂରଦୂରାନ୍ତରୁ ଆସି ଜଳଲାଗି କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande