ଦିଗଜ ଅଭିନେତ୍ରୀ ସରୋଜା ଦେବୀଙ୍କ 87 ବର୍ଷ ବୟସରେ ବିୟୋଗ
ଚେନ୍ନାଇ, 14 ଜୁଲାଇ (ହି.ସ.) - ତାମିଲ ସିନେମା ଜଗତ୍ ଏକ ମହାନ ବ୍ୟକ୍ତିତ୍ୱକୁ ହରାଇଛି। ପ୍ରସିଦ୍ଧ ଅଭିନେତ୍ରୀ ବି. ସରୋଜା ଦେବୀଙ୍କର ସୋମବାର ଦିନ ବେଙ୍ଗାଲୁରୁର ମଲେଶ୍ୱରମ୍ ସ୍ଥିତ ତାଙ୍କ ବାସଭବନରେ ବୟସ ସମ୍ବନ୍ଧୀୟ ରୋଗରେ ପୀଡ଼ିତ ହୋଇ ୮୭ ବର୍ଷ ବୟସରେ ବିୟୋଗ ହୋଇ
ଦିଗଜ ଅଭିନେତ୍ରୀ ସରୋଜା     ଦେବୀଙ୍କ 87 ବର୍ଷ ବୟସରେ ବିୟୋଗ


ଚେନ୍ନାଇ, 14 ଜୁଲାଇ (ହି.ସ.)

- ତାମିଲ ସିନେମା

ଜଗତ୍ ଏକ ମହାନ ବ୍ୟକ୍ତିତ୍ୱକୁ ହରାଇଛି। ପ୍ରସିଦ୍ଧ ଅଭିନେତ୍ରୀ ବି. ସରୋଜା ଦେବୀଙ୍କର ସୋମବାର

ଦିନ ବେଙ୍ଗାଲୁରୁର ମଲେଶ୍ୱରମ୍ ସ୍ଥିତ ତାଙ୍କ ବାସଭବନରେ ବୟସ ସମ୍ବନ୍ଧୀୟ ରୋଗରେ ପୀଡ଼ିତ ହୋଇ

୮୭ ବର୍ଷ ବୟସରେ ବିୟୋଗ ହୋଇଛି। ୭ ଜାନୁଆରୀ 1938 ରେ ବେଙ୍ଗାଲୁରୁରେ ଜନ୍ମ ନେଇଥିବା ସରୋଜା

ଦେବୀ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପ, ବିଶେଷକରି ତାମିଲ ଓ କନ୍ନଡ଼ ସିନେମାରେ ଜଣେ ଖ୍ୟାତିନାମା ଅଭିନେତ୍ରୀ

ଥିଲେ। ଛଅ ଦଶକରୁ ଅଧିକ ସମୟ ଧରି ଚାଲିଥିବା ତାଙ୍କର ଅଭିନୟ ଜୀବନରେ ସେ ଲକ୍ଷ-ଲକ୍ଷ ଭକ୍ତଙ୍କ

ହୃଦୟରେ ଅଲିଭା ଛାପ ଛାଡ଼ିଛନ୍ତି।

ସରୋଜା ଦେବୀ ତାଙ୍କର

ଅଭିନୟ ଜୀବନରେ କନ୍ନଡ଼, ତାମିଲ, ତେଲୁଗୁ

ଓ ହିନ୍ଦୀ ଭାଷାରେ 200 ରୁ ଅଧିକ ସିନେମାରେ କାମ କରିଥିଲେ। ସେ ତାମିଲ ସିନେମାର ଜଣେ ପ୍ରମୁଖ

ଅଭିନେତ୍ରୀ ଥିଲେ, ଯିଏ

ନଡୋଡି ମନ୍ନନ (1958), ଥାଇ ସୋଲ୍ଲାଇ ଠଟ୍ଟାଧେ ଏବଂ ଏଙ୍ଗା ଭିଟ୍ଟୁ ପିଲ୍ଲାଇ ପରି ଉଲ୍ଲେଖନୀୟ ଚଳଚ୍ଚିତ୍ରରେ

ଅଭିନୟ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande