ଏନସିଇଆରଟି ସାଧାରଣ ପ୍ରବେଶିକା ପରୀକ୍ଷା-୨୦୨୫ ଅନୁଷ୍ଠିତ
ନୂଆଦିଲ୍ଲୀ, 14 ଜୁଲାଇ (ହି.ସ.) ଜାତୀୟ ଶିକ୍ଷା ଗବେଷଣା ଏବଂ ପ୍ରଶିକ୍ଷଣ ପରିଷଦ (ଏନସିଇଆରଟି)ର ବିଭିନ୍ନ ଶିକ୍ଷକ-ଶିକ୍ଷା କାର୍ଯ୍ୟକ୍ରମରେ ପ୍ରବେଶ ପାଇଁ ସାଧାରଣ ପ୍ରବେଶିକା ପରୀକ୍ଷା (ସିଇଇ-୨୦୨୫) ସଫଳତାର ସହ ଅନୁଷ୍ଠିତ ହୋଇଛି। ଭୁବନେଶ୍ୱର, ଭୋପାଳ, ମୈସୁରୁ, ଆଜମେର, ଶିଲଂ ଏବଂ ନେଲୋରରେ
ଏନସିଇଆରଟି ସାଧାରଣ ପ୍ରବେଶିକା ପରୀକ୍ଷା-୨୦୨୫ ଅନୁଷ୍ଠିତ


ନୂଆଦିଲ୍ଲୀ, 14

ଜୁଲାଇ (ହି.ସ.) ଜାତୀୟ ଶିକ୍ଷା ଗବେଷଣା ଏବଂ ପ୍ରଶିକ୍ଷଣ ପରିଷଦ (ଏନସିଇଆରଟି)ର ବିଭିନ୍ନ ଶିକ୍ଷକ-ଶିକ୍ଷା କାର୍ଯ୍ୟକ୍ରମରେ ପ୍ରବେଶ ପାଇଁ ସାଧାରଣ ପ୍ରବେଶିକା ପରୀକ୍ଷା (ସିଇଇ-୨୦୨୫) ସଫଳତାର ସହ ଅନୁଷ୍ଠିତ ହୋଇଛି। ଭୁବନେଶ୍ୱର, ଭୋପାଳ, ମୈସୁରୁ, ଆଜମେର, ଶିଲଂ ଏବଂ ନେଲୋରରେ ଅବସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ବିଏ-ବିଏଡ୍, ବିଏସସି-ବିଏଡ୍, ଏମଏସସି-ଏମଏଡ୍, ବିଏଡ୍, ଏମଏଡ୍, ବିଏଡ୍-ଏମଏଡ୍ ଏବଂ ଏମଏ (ଶିକ୍ଷା ପ୍ରଯୁକ୍ତିବିଦ୍ୟା) ଆଦି ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଏହି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ପ୍ରବେଶିକା ପରୀକ୍ଷା ୧୩ ଜୁଲାଇ ୨୦୨୫ (ରବିବାର)ରେ କମ୍ପ୍ୟୁଟର-ଆଧାରିତ ପରୀକ୍ଷା (ସିବିଟି) ସାରା ଦେଶରେ ୮୦ଟି ପରୀକ୍ଷା କେନ୍ଦ୍ରରେ ସୁଗମ ଭାବରେ ପରିଚାଳନା କରାଯାଇଥିଲା। ଏଥିରେ ଓଡ଼ିଶାର ୪୪ଟି ପରୀକ୍ଷା କେନ୍ଦ୍ର ଅନ୍ତର୍ଭୁକ୍ତ ଥିଲା। ଏହି ପରୀକ୍ଷା ପାଇଁ ମୋଟ ୨୨ ହଜାରରୁ ଅଧିକ ପ୍ରାର୍ଥୀ ପଞ୍ଜୀକରଣ କରିଥିଲେ । ଏନସିଇଆରଟି-ସମ୍ବନ୍ଧିତ ଶିକ୍ଷକ-ଶିକ୍ଷା କାର୍ଯ୍ୟକ୍ରମରେ ନାମ ଲେଖା ପାଇଁ ଆଶାୟୀଙ୍କ ନିମନ୍ତେ ଏହି ପରୀକ୍ଷା ଏକ ପ୍ରମୁଖ ପ୍ରବେଶ ମାର୍ଗ। ନୋଡାଲ୍ ପ୍ରତିଷ୍ଠାନ ଭାବରେ, ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ୱର ପରୀକ୍ଷାର ସୁଗମ ପରିଚାଳନା କରିଛି। ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ୱରର ଅଧ୍ୟକ୍ଷା ପ୍ରଫେସର ମାନସୀ ଗୋସ୍ୱାମୀ, ଏବଂ ସିଇଇ-୨୦୨୫ ଜାତୀୟ ସଂଯୋଜକ ଡକ୍ଟର ଅରୂପ କୁମାର ସାହା ଏହି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ପରିଚାଳନା କରିଥିଲେ। ଏଥିରେ ଏନସିଇଆରଟି ନିର୍ଦ୍ଦେଶକ, ଯୁଗ୍ମ ନିର୍ଦ୍ଦେଶକ ଓ ସଚିବ ପ୍ରମୁଖ ମାର୍ଗଦର୍ଶନ ଦେଇଥିଲେ। ପରୀକ୍ଷାର ସଫଳ ପରିଚାଳନାରେ ସହାୟତା କରିଥିବାରୁ ଅଧ୍ୟକ୍ଷା ପ୍ରଫେସର ଗୋସ୍ୱାମୀ ସମସ୍ତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଦେଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ଅନିଲ


 rajesh pande