ସିପ ସାହାଣୀ କପ ୨୦୨୫ ପାଇଁ ମାଲକାନଗିରି ଜିଲ୍ଲାର ୨୧ ଜଣ କ୍ରୀଡ଼ାବିତଙ୍କ ବ୍ରହ୍ମପୁର ଗସ୍ତ
ମାଲକାନଗିରି, ୧୫ ଜୁଲାଇ (ହି.ସ.)- ୬୪ତମ ବରିଷ୍ଠ ପୁରୁଷ ଆନ୍ତଃଜିଲ୍ଲା ଫୁଟବଲ ଚମ୍ପିୟାନ ସିପ ସାହାଣୀ କପ ୨୦୨୫ ପାଇଁ ଆଜି ମାଲକାନଗିରି ଜିଲ୍ଲାର ୨୧ ଜଣ କ୍ରୀଡ଼ାବିତ ବ୍ରହ୍ମପୁର ଗସ୍ତ କରିଛନ୍ତି। ବ୍ରହ୍ମପୁର ମହାତ୍ମାଗାନ୍ଧୀ ଷ୍ଟାଡିୟମ ଠାରେ ଆସନ୍ତା କାଲିଠାରୁ ଜୋନ ସ୍ତରୀୟ ଚମ୍ପିୟନସିପରେ ଗ୍ରୁପ ଏ
ସିପ ସାହାଣୀ କପ ୨୦୨୫ ପାଇଁ ମାଲକାନଗିରି ଜିଲ୍ଲାର ୨୧ ଜଣ କ୍ରୀଡ଼ାବିତଙ୍କ ବ୍ରହ୍ମପୁର ଗସ୍ତ


ମାଲକାନଗିରି, ୧୫ ଜୁଲାଇ (ହି.ସ.)- ୬୪ତମ ବରିଷ୍ଠ ପୁରୁଷ ଆନ୍ତଃଜିଲ୍ଲା ଫୁଟବଲ ଚମ୍ପିୟାନ ସିପ ସାହାଣୀ କପ ୨୦୨୫ ପାଇଁ ଆଜି ମାଲକାନଗିରି ଜିଲ୍ଲାର ୨୧ ଜଣ କ୍ରୀଡ଼ାବିତ ବ୍ରହ୍ମପୁର ଗସ୍ତ କରିଛନ୍ତି। ବ୍ରହ୍ମପୁର ମହାତ୍ମାଗାନ୍ଧୀ ଷ୍ଟାଡିୟମ ଠାରେ ଆସନ୍ତା କାଲିଠାରୁ ଜୋନ ସ୍ତରୀୟ ଚମ୍ପିୟନସିପରେ ଗ୍ରୁପ ଏ ଓ ଗ୍ରୁପ ବି ରେ ମୋଟ ୮ ଟି ଜିଲ୍ଲାର ଦଳ ଅଂଶ ଗ୍ରହଣ କରିବେ । ଏହି ଚମ୍ପିୟନସିପ ଆସନ୍ତାକାଲି ଅର୍ଥାତ ଜୁଲାଇ ୧୬ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଟିତ ହେବ । ଆଜି ମାଲକାନଗିରି ଜିଲ୍ଲାର ୨୧ ଜଣ କ୍ରୀଡ଼ାବିତଙ୍କ ସହ କୋଚ ମୁନା ବାଘ ଓ ମ୍ୟାନେଜର ଭିମା ପଡ଼ିଆମୀ ବ୍ରହ୍ମପୁର ଅଭିମୁଖେ ଏକ ଘରୋଇ ବସରେ ଯାତ୍ରା ଆରମ୍ଭ କରିଛନ୍ତି । ଗ୍ରୁପ ବି ରେ ଥିବା ମାଲକାନଗିରି ଦଳ ଆସନ୍ତା ୧୭ ତାରିଖରେ ରାୟଗଡ଼ା ଦଳ, ଆସନ୍ତା ୧୯ ତାରିଖରେ କୋରାପୁଟ ଓ ଆସନ୍ତା ୨୧ ତାରିଖରେ ମୟୁରଭଞ୍ଜ ଦଳ ସହ ଖେଳିବାର କାର୍ଯ୍ୟକ୍ରମ ରହିଛି । ଗ୍ରୁପ ଏ ଓ ଗ୍ରୁପ ବି ର ଶ୍ରେଷ୍ଠ ଦଳ ଆସନ୍ତା ୨୩ ତାରିଖରେ ଜୋନ ସ୍ତରୀୟ କ୍ୱାଲିଫାଇ ମ୍ୟାଚ ଖେଳିବେ । ଗସ୍ତ ବେଳେ ଜିଲ୍ଲା କ୍ରୀଡା ଅଧିକାରୀ ଅଜୟ କୁମାର ମାଣ୍ଡ।ଙ୍ଗି, ଜିଲ୍ଲା ଆଥ ଲେଟିକ ଆସୋସିଏସନ ସମ୍ପାଦକ ରାମହରି ପଣ୍ଡା ଓ କୋଷାଧ୍ୟକ୍ଷ ଏସ. ପ୍ରସାଦ ରାଓ, ସଦସ୍ୟ ଦୁର୍ଗା ପ୍ରସାଦ ପଟ୍ଟନାୟକ ଓ ସମୀର ଜେନା ଉପସ୍ଥିତ ରହି କ୍ରୀଡ଼ାବିତଙ୍କୁ ଶୃଙ୍ଖଳିତ ହୋଇ ଉଚ୍ଚମାନର କ୍ରୀଡା ପ୍ରଦର୍ଶନ କରିବାକୁ ପରାମର୍ଶ ଦେବା ସହ ଶୁଭକାମନା ଜଣାଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande