ଭୁବନେଶ୍ୱର, ୧୫ ଜୁଲାଇ (ହି.ସ.) ବାଲେଶ୍ୱର ଫକୀର ମୋହନ ସ୍ୱୟଂ ଶାସିତ ବିଶ୍ୱବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀ ବିଶି ତିନି ଦିନ ଧରି ଜୀବନ ଓ ମୃତ୍ୟୁ ସଙ୍ଗେ ଯୁଦ୍ଧ କରି; ଅନେକ ବେଦନା, ଯନ୍ତ୍ରଣା ଓ ଆଶା-ନିରାଶା ମଧ୍ୟରେ ଲଢେଇ କରିବା ପରେ, ସେ ଶେଷରେ ଗତ କାଲି ରାତ୍ରି ସମୟରେ ଅଫେରା ରାଇଜକୁ ଚାଲିଯାଇଛନ୍ତି । ତାଙ୍କ ବିୟୋଗ ଆମ ସମସ୍ତଙ୍କୁ ଗଭୀର ମର୍ମାହତ କରିଛି । ସ୍ୱର୍ଗତଃ ସୌମ୍ୟାଶ୍ରୀଙ୍କ ଅମର ଆତ୍ମାର ସଦଗତି କାମନା କରି ପ୍ରଭୁ ଶ୍ରୀ ଲିଙ୍ଗରାଜ ମନ୍ଦିର ସମୁଖରେ ଦ୍ୱୀପ ପ୍ରଜ୍ୱଳନ କରାଯାଇଛି।
ଏହି ଅବସରରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା, ବରିଷ୍ଠ ମନ୍ତ୍ରୀ ସୁରେଶ ପୂଜାରୀ, ବିଧାୟକ ବାବୁ ସିଂ, ଟଙ୍କଧର ତ୍ରିପାଠୀ, ଇରାଶିଶ୍ ଆଚାର୍ଯ୍ୟ, ବରିଷ୍ଠ ନେତା ବିରଂଚି ନାରାୟଣ ତ୍ରିପାଠି, ନିରଞ୍ଜନ ମିଶ୍ର, ଅରବିନ୍ଦ ଢ଼ାଲି, ପ୍ରିୟଦର୍ଶୀ ମିଶ୍ର ପ୍ରମୁଖଙ୍କ ସମେତ ଅନେକ ସଂଖ୍ୟାରେ କାର୍ଯ୍ୟକର୍ତା ଓ ଜନସାଧାରଣ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ଅମର ଆତ୍ମାର ସଦଗତି ପାଇଁ ନିରବ ପ୍ରାର୍ଥନା କରିଥିଲେ ।
------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା