ପଟ୍ଟାମୁଣ୍ଡାଇ , 15 ଜୁଲାଇ (ହି.ସ.)ଲୁଣା ଜଙ୍ଗଲ ଓ ତାର ବନ୍ୟ ଜୀବଜନ୍ତୁଙ୍କୁ ସୁରକ୍ଷା ଦେବା ପାଇଁ କଠିନ ପରିଶ୍ରମ କରୁଛି ବନବିଭାଗ, ଉଭୟ ସ୍ଥଳପଥ ଓ ଜଳପଥରେ ଅହରହ ପଇଁତରା ମାରୁଛି ବନବିଭାଗ ଟିମ । କିନ୍ତୁ ଜଙ୍ଗଲୀ ମାଫିଆ ମାନେ ନେତା ମନ୍ତ୍ରୀଙ୍କୁ ହାତରେ ରଖ୍ ମୋଟା ଅଙ୍କ ରୋଜଗାର କରିବା ଲାଳସାରେ ବନବିଭାଗକୁ ଖାତିର ନ କରି ବଡ଼ ଚଞ୍ଚକତା ସହିତ ଜଙ୍ଗଳକୁ କାଟି ସେହି କାଠକୁ ବାହାରେ ଚନ୍ଦନ କାଠ କହି ବିକ୍ରି କରୁଛନ୍ତି । ଯାହା ସୁନାମୟୀ ଜଙ୍ଗଳକୁ ଶ୍ରୀହୀନ କରିଦେଉଛି। ଯାହାର ବିକଳ ଚିତ୍ର ସାତଭାୟା ବାଉଁଶ ଗଡ଼ ଜଙ୍ଗଳରେ ଦେଖୁବାକୁ ମିଳିଛି । ସୂଚନା ଯୋଗ୍ୟ
ବିଳମ୍ବିତ ରାତିରେ ରାଜନଗର ଡିଭିଜନର ବନଖଣ୍ଡ ଅଧୂକାରୀ ସୁଦର୍ଶନ ଗୋପୀନାଥ ଯାଦବଙ୍କ ନିର୍ଦ୍ଦେଶ ଅନୁସାରେ ସହକାରୀ ବନ ସଂରକ୍ଷକ ମାନସ ଦାସ, ଏସିଏଫ ଗଗନ ମଲ୍ଲିକ ଓ ରେଞ୍ଜର ଚିତ୍ତରଞ୍ଜନ ବେଉରାଙ୍କ ନେତୃତ୍ବରେ କନିକା ରେଞ୍ଜ ଓ ରାଜନଗର ରେଞ୍ଜରୁ ୨ଟି ଟିମ ଗଠନ ହୋଇ ୨୦ ରୁ ଅଧୂକ ବନ କର୍ମଚାରୀ ବିଶେଷ ସୂତ୍ରରୁ ଖବର ପାଇ ବିଳମ୍ବିତ ରାତିରେ ଅଚାନକ ବାଉଁଶଗଡ ନଦୀ ନିକଟ ଜଙ୍ଗଲ ମଧ୍ୟରେ ଚଢ଼ାଉ କରିଥିଲେ । ଉକ୍ତ ଚଢ଼ାଉ ସମୟରେ ଜଙ୍ଗଲ ମଧ୍ୟରୁ ବାତେରା ଚେର ନେଇ ବୋଟ ଯୋଗେ ଆସୁଥିବା କାଠ ମାଫିଆ ମାନେ ବନ କର୍ମଚାରୀଙ୍କୁ ଦେଖୁ ସେଠାରୁ ଚମ୍ପଟ ମାରିଥିଲେ । ବନବିଭାଗ ନମ୍ବର ବିହୀନ ସେହି ବୋଟ ସହ ୧୦ ଟ୍ଵିଣ୍ଟାଲରୁ ଉଦ୍ଧ ବାତେରା ଚେର ଜବତ୍ କରି ତଦନ୍ତ କରୁ ଛନ୍ତି । ଅନ୍ୟ ପଟେ ବନ ଅପରାଧରେ ଜଡିତ ଥିବା ଆସାମୀ ମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବନଖଣ୍ଡ ଅଧୂକାରୀ ସୂଚନା ଦେଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସୁଧାଂଶୁ