ଚାନ୍ଦବାଲି ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ଏବଂ ଶିକ୍ଷମନ୍ତ୍ରୀଙ୍କ କୁଶ ପୁତଳିକା ଦାହ
ଭଦ୍ରକ, ୧୫ ଜୁଲାଇ (ହି.ସ.) - ବାଲେଶ୍ୱର ଫକୀର ମୋହନ କଲେଜ ର ଛାତ୍ରୀ ସୋମ୍ୟଶ୍ରୀ ଙ୍କ ମୃତ୍ୟୁ ପାଇଁ ସମ୍ପୃକ୍ତ କଲେଜ ର ବିଭାଗୀୟ ମୁଖ୍ୟ ଏବଂ ସମ୍ପୃକ୍ତ ପ୍ରିନସିପାଲ କେବଳ ଦାୟୀ ନୁହନ୍ତି ଏଥିପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ ଏବଂ ଶିକ୍ଷମନ୍ତ୍ରୀ ମଧ୍ୟ ଦାୟୀ। ଛାତ୍ରୀ ସୋମ୍ୟ ଶ୍ରୀ ର ମୃତ୍ୟୁ ପାଇଁ ଚାନ୍ଦବ
CHANDBALI BJD BIKHYOBHA


ଭଦ୍ରକ, ୧୫ ଜୁଲାଇ (ହି.ସ.) - ବାଲେଶ୍ୱର ଫକୀର ମୋହନ କଲେଜ ର ଛାତ୍ରୀ ସୋମ୍ୟଶ୍ରୀ ଙ୍କ ମୃତ୍ୟୁ ପାଇଁ ସମ୍ପୃକ୍ତ କଲେଜ ର ବିଭାଗୀୟ ମୁଖ୍ୟ ଏବଂ ସମ୍ପୃକ୍ତ ପ୍ରିନସିପାଲ କେବଳ ଦାୟୀ ନୁହନ୍ତି ଏଥିପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ ଏବଂ ଶିକ୍ଷମନ୍ତ୍ରୀ ମଧ୍ୟ ଦାୟୀ। ଛାତ୍ରୀ ସୋମ୍ୟ ଶ୍ରୀ ର ମୃତ୍ୟୁ ପାଇଁ ଚାନ୍ଦବାଲି ଠାରେ ବିଜୁ ଯୁବ ଛାତ୍ର ଜନତା ଦଳ ତରଫରୁ ହୋଇଥିବା ରାଲି ରେ ଏହି ମତ ପ୍ରକାଶ ପାଇଥିବା ବେଳେ ଦେଶରେ ଦିନକୁ ଦିନ ମା, ଭଉଣୀ ମାନେ ସୁରକ୍ଷା ପାଇ ପାରୁ ନାହାନ୍ତି ଏଥି ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ ଏବଂ ଶିକ୍ଷା ମନ୍ତ୍ରୀ ତୁରନ୍ତ ଇସ୍ତଫା ଦେବା ଜରୁରୀ ବୋଲି ମତ ପ୍ରକାଶ ପାଇବା ସହ ସେମାନଙ୍କ କୁଶ ପୁତଳିକା ଦାହ କରା ଯାଇଥିଲା।ଏହି ରାଲି ଏବଂ କୁଶ ପୁତଳିକା ଦାହ କାର୍ଯ୍ୟକ୍ରମ ରେ ବିଜୁ ଯୁବ ଛାତ୍ର ଜନତା ଦଳ ତରଫରୁ ବହୁ ଯୁବକ ଯୁବତୀ ଏଥିରେ ସାମିଲ ହୋଇ ଥିଲେ। ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande