କୋରେଇ, ୧୫ ଜୁଲାଇ (ହି.ସ.) - ପାଣିକୋଇଲି ସ୍ଥିତ ମା ତାରିଣୀ ମହାବିଦ୍ୟାଳୟରେ ଯୁକ୍ତ ୩ର ଦ୍ୱିତୀୟ ବର୍ଷର ଅଧ୍ୟୟନ ରତ ଛାତ୍ରୀ ଆଜି ମହାବିଦ୍ୟାଳୟରୁ କ୍ଲାସ ସାରି ଘରକୁ ଫେରୁଥିବା ସମୟରେ ଅସୁସ୍ଥ ହୋଇପଡିଥିଲେ । ତାଙ୍କୁ ଉଦ୍ଧାର କରି ନିକଟସ୍ତ ଘରୋଇ ଚିକତ୍ସାଳୟରେ ଚିକିତ୍ସା କରାଯାଇଛି । ପ୍ରକାଶଯେ ଗୋଳେଇପୁର ପଂଚାୟତ ହାଟସାହି ଗ୍ରାମର ନିର୍ମଳ ମଲିକଙ୍କ ସ୍ତ୍ରୀ ବିଦୁସ୍ମିତା ମଳିକ (୨୪) ପାଣିକୋଇଲି ମା ତାରିଣୀ ମହାବିଦ୍ୟାଳୟରେ ଯୁକ୍ତ ୩ ଦ୍ୱିତୀୟ ବର୍ଷର ଛାତ୍ରୀ ଅଟନ୍ତି । ଆଜି କ୍ଲାସ ସାରି ସାଇକେଲ ଯୋଗେ ଘରକୁ ଫେରୁଥିବା ବେଳେ ମହିନ୍ଦ୍ରା ସୋରୁ ମନିକଟରେ ଅସୁସ୍ଥ ଅନୁଭବ କରି ସାଇକେଲରୁ ପଡିଯାଇଥିଲେ । ତାଙ୍କ ସଂଗରେ ଥିବା ସହଯୋଗୀ ଛାତ୍ରୀ ତାଙ୍କୁ ଉଠାଇଥିଲେ । ଖବରପାଇ ଆମେ ଆପଣଙ୍କ ପାଇଁ ହେଲପିଂଗ ଗୁପର ସଦସ୍ୟ ମାନେ ପହଂଚି ତାଙ୍କୁ ଏକ ଘରୋଇ ଚିକତ୍ସାଳୟରେ ଭର୍ତି କରି ଚିକିତ୍ସା କରାଇଥିଲେ ।
ହିନ୍ଦୁସ୍ଥାନ ସମାଚାର/ଭାସ୍କର/ଭାନୁ
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ