ଫୈଜାନେ କଞ୍ଜୁଲ ଇମାନରେ ଚାରା ରୋପଣ
ଭଦ୍ରକ, ୧୫ ଜୁଲାଇ (ହି.ସ.) - ଭଦ୍ରକ ଆର.ଏମ.ସି. ମାର୍କେଟ ସ୍ଥିତ ଦା୍ୱତେ ଇସଲାମୀ ଇଣ୍ଡିଆ ପକ୍ଷରୁ ମଦରସା ଜମିଆତୁଲ ମଦିନା ଫୈଜାନେ କଞ୍ଜୁଲ ଇମାନରେ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ମଦରସାର ଅଧକ୍ଷ ସୈୟଦ ମକବୁଲ ସାହେବ ଚାରା ରୋପଣ ଶୁଭାରମ୍ବ ଓ ମଦରସା ର ଛା
FAIJANE KANJUL IMAN CHARA ROPAN


ଭଦ୍ରକ, ୧୫ ଜୁଲାଇ (ହି.ସ.) - ଭଦ୍ରକ ଆର.ଏମ.ସି. ମାର୍କେଟ ସ୍ଥିତ ଦା୍ୱତେ ଇସଲାମୀ ଇଣ୍ଡିଆ ପକ୍ଷରୁ ମଦରସା ଜମିଆତୁଲ ମଦିନା ଫୈଜାନେ କଞ୍ଜୁଲ ଇମାନରେ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ମଦରସାର ଅଧକ୍ଷ ସୈୟଦ ମକବୁଲ ସାହେବ ଚାରା ରୋପଣ ଶୁଭାରମ୍ବ ଓ ମଦରସା ର ଛାତ୍ରମାନଙ୍କ ଦ୍ୱାରା ଏକ ପଦଯାତ୍ରା ବାହାରି ପୁରୁଣା ବଜ଼ାର ପରିକ୍ରମା କରି ପୁଣି ମଦରସା କୁ ଫେରିବା ସହିତ ବୃକ୍ଷରୋପଣ ଅଭିଯାନ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନା ବାର୍ତା ଦେଇଥିଲେ । ଏବଂ ଚାରା ଲଗାଓ ଗଛ ବଡାଓ ସ୍ଲୋଗାନ ମଧ୍ୟ ଲଗାଇଥିଲେ । ପରିବେଶର ସୁରକ୍ଷା ପାଇଂ ପ୍ରତ୍ୟେକ ପରିବାର ଚାରା ରୋପଣ ପାଇଂ ପରାମର୍ଶ ଦେଇଥିଲେ । ମଦରସା ର ଛାତ୍ରମାନେ ମଦରସାରେ ବିଭିନ୍ନ ପ୍ରକାରର ବୃକ୍ଷରୋପଣ କରିଥିଲେ । ଏବଂ ଜନସାଧାରଣଙ୍କୁ ମଧ୍ୟ ଚାରା ବାଂଟିଥିଲେ । ମଦରସା ଜମିଆତୁଲ ମଦିନା ଫୈଜାନେ କଞ୍ଜୁଲ ଇମାନର ଶିକ୍ଷକ ଶେଖ ଜାବିର , ସାବିର ଅତାରି ପ୍ରମୁଖ ଚାରା ରୋପଣ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande