ଭାରସମ୍ୟ ହରାଇ ଆଇଚର ଦୁର୍ଘଟଣା, ଚାଳକ ଆହତ
କୋରେଇ, ୧୫ ଜୁଲାଇ (ହି.ସ.) - ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ସଂଗଡା ବ୍ରିଜ ନିକଟରେ ଆଜି ସକାଳୁ ଏକ ଆଇଚର ଟ୍ରକ ଭାରସମ୍ୟା ହରାଇ ଉିଭାଇଡର ଉପରେ ପିଟିହୋଇ ଦୁର୍ଘଟଣାର ଶିକାର ହେବା ସହ ଚାଳକ ଆହତ ହୋଇଛନ୍ତି । ପ୍ରକାଶଯେ କଟକ ଟାଂଗିରୁ ସିମେଂଟ ବୋଝେଇ କରି ଏକ ଆଇଛର ଟ୍ରକ ( ଓଡି୨
ଭାରସମ୍ୟ ହରାଇ ଆଇଚର ଦୁର୍ଘଟଣା, ଚାଳକ ଆହତ


କୋରେଇ, ୧୫ ଜୁଲାଇ (ହି.ସ.) - ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ସଂଗଡା ବ୍ରିଜ ନିକଟରେ ଆଜି ସକାଳୁ ଏକ ଆଇଚର ଟ୍ରକ ଭାରସମ୍ୟା ହରାଇ ଉିଭାଇଡର ଉପରେ ପିଟିହୋଇ ଦୁର୍ଘଟଣାର ଶିକାର ହେବା ସହ ଚାଳକ ଆହତ ହୋଇଛନ୍ତି । ପ୍ରକାଶଯେ କଟକ ଟାଂଗିରୁ ସିମେଂଟ ବୋଝେଇ କରି ଏକ ଆଇଛର ଟ୍ରକ ( ଓଡି୨୩ଜି ୭୬୯୯) କେୁଁଝର ଜିଲ୍ଲା ଛେନାପତି ଅଭିମୁଖେ ଆସୁଥିବା ବେଳେ ଜାତୀୟ ରାଜପଥର ସିଂଗଡା ବ୍ରିଜ ନିକଟରେ ତାର ଆଖି ଲାଗିଯିବାରୁ ଭାରସାମ୍ୟ ହରାଇ ରାସ୍ତା କଡ ଡିଭାଇଡର ଉପରେ ଚଢି ଯାଇଥିଲା । ଫଳରେ ଚାଳକ ଛତିଆ ସୋଲାର ଗ୍ରାମର ମହେଶ ପାଲ ଆହତ ହେବା ସହ ଗାଡିଟି କ୍ଷତିଗ୍ରସ୍ଥ ହୋଇଥିଲା । ରାଜପଥ ପେଟ୍ରୋଲିଂଗ ଗାଡି ପହଂଚି ଚାଳକକୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା କରାଇଥିଲେ ।

ହିନ୍ଦୁସ୍ଥାନ ସମାଚାର/ଭାସ୍କର/ଭାନୁ

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande