କୋରେଇ, ୧୫ ଜୁଲାଇ (ହି.ସ.) - ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଶର୍ମା ପେଟ୍ରୋଲପମ୍ପ ଡାଇଭରସନରେ ଆଜି ସକାଳ ସାଢେ ୫ଟା ବେଳେ ଏକ ଟ୍ରକ ଦୁର୍ଘଟଣାଗ୍ରସ୍ଥ ହୋଇଥିବା ବେଳେ ଚାଳକ ଗୁରୁତର ଆହତ ହୋଇଥିବା ଓ ଖଲାସି ମଧ୍ୟ ଆହତ ହୋଇଛନ୍ତି । ପ୍ରକାଶଯେ ବାଂଗଲୋରକୁ କଳଇକତା ଅଭିମୁଖେ ଅଦା ବୋଝେଇ କରି ଏକ ଟ୍ରକ (ଡବ୍ୱ୍୍ୟୁ ୪୧ଏଚ ୧୧୮୬) ଆସୁଥିବା ବେଳେ ଶର୍ମା ଡାଇଭରସନ ନିକଟରେ ରାସ୍ତା ପାର କରିବାକୁ ପଶି ଆସିବା ବେଳେ ପାଣିକୋଇଲି ପଟୁ ଯାଉଥିବା ଏକ ଟ୍ରକ (ଓଡି୩୪ଡବ୍ଲ୍ୟୁ ୭୫୬୫) ପଛରେ ପିଟି ହୋଇଥିଲା । ଫଳରେ ଟ୍ରକଟି କ୍ଷତିଗ୍ରସ୍ଥ ହୋଇ ଚାଳକ ଗାଡି ମଧ୍ୟରେ ଚାପି ହୋଇ ରହିଥିଲା । ଘଟଣାସ୍ଥଳେ ସ୍ଥାନୀୟ ଲୋକ ଓ ରାଜପଥ ପେଟ୍ରୋଲିଂଗ ଅଧିକାରୀ ଅଶୋକ କୁମାର ବ ଳ ପହଂଚି ଗାଡି ଡୋର ଭାଂଗି ଚାଳକ ସେକ ସାହାଜାନ ଓ ଖଲାସି ମୁଜାଫରକୁ ଉଦ୍ଧାର କରି ଚିକତ୍ସା ନିମନ୍ତେ ପଠାଇଥିଲେ । ଦୁର୍ଘଟଣା ଗ୍ରସ୍ଥ ଟ୍ରକଟିକୁ ହାଇଡ୍ରା ସାହାଯ୍ୟରେ ରାସ୍ତା କଡକୁ ଅଣାଯାଇଥିବା ବେଳେ ଯେଉଁ ଟ୍ରକ ପଛରେ ଦୁର୍ଘଟଣା ହୋଇଥିଲା ସେ ଟ୍ରକ ଟି ଫେରାର ହୋଇଯାଇଛି ।
ହିନ୍ଦୁସ୍ଥାନ ସମାଚାର/ଭାସ୍କର/ଭାନୁ
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ