ମସ୍ତିସ୍କ କର୍କଟ ଶିଶୁ ରୋଗୀକୁ ସହାୟତାର ହାତ ବଢ଼ାଇଲେ ନୂଆ ଜିଲ୍ଲାପାଳ
ପୁରୀ,୧୫ ଜୁଲାଇ (ହି.ସ.)- ମା କାନ୍ଦୁଛି | ଆଖିରୁ ଲୁହ ସରୁନି| ବାପ ନିଃସହାୟ ଦିନମଜୁରିଆ | ୭ ବର୍ଷର ପୁଅ ୩ ବର୍ଷ ହେଲାଣି ବ୍ରେନ କ୍ୟାନ୍ସର ରୋଗରେ ପୀଡିତ | ବାପ ପୁଅକୁ କାନ୍ଧରେ ବୋହି ବୋହି ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା କରି ଏବେ ଅର୍ଥ ଶୂନ୍ୟ | ଶେଷରେ ନୂଆ ଜିଲ୍ଲାପାଳଙ୍କ ଜନଶୁଣାଣୀ ଜାଣି
ମତିସ୍କ କର୍କଟ ଶିଶୁ ରୋଗୀ କୁ ସହାୟତା ର ହାତ ବଢ଼ାଇଲେ ନୂଆ ଜିଲ୍ଲାପାଳ


ପୁରୀ,୧୫ ଜୁଲାଇ (ହି.ସ.)- ମା କାନ୍ଦୁଛି | ଆଖିରୁ ଲୁହ ସରୁନି| ବାପ ନିଃସହାୟ ଦିନମଜୁରିଆ | ୭ ବର୍ଷର ପୁଅ ୩ ବର୍ଷ ହେଲାଣି ବ୍ରେନ କ୍ୟାନ୍ସର ରୋଗରେ ପୀଡିତ | ବାପ ପୁଅକୁ କାନ୍ଧରେ ବୋହି ବୋହି ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା କରି ଏବେ ଅର୍ଥ ଶୂନ୍ୟ | ଶେଷରେ ନୂଆ ଜିଲ୍ଲାପାଳଙ୍କ ଜନଶୁଣାଣୀ ଜାଣି ପୁରୀ ଆସିଥିଲେ ଗୁହାରି କରିବା ପାଇଁ | ଜିଲ୍ଲାପାଳ ଚଞ୍ଚଳ ରାଣା ଅବସ୍ଥା ହୃଦୟଙ୍ଗମ କରି ତୁରନ୍ତ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ତିରିଶ ହଜାର ଟଙ୍କାର ଚେକ ପ୍ରଦାନ ପାଇଁ ଆଦେଶ ଦେଲେ | ସଙ୍ଗେ ସଙ୍ଗେ ଆପକାଳୀନ ଅଧିକାରିଣୀ ମନୀଷା ଷଡ଼ଙ୍ଗୀ ଉକ୍ତ ଚେକ ପ୍ରଦାନ କରିଥିଲେ | ଦିବ୍ୟାଙ୍ଗ ସାର୍ଟିଫିକେଟ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଆଦେଶ ଦେଲେ | ନୂଆ ଜିଲ୍ଲାପାଳଙ୍କ ପ୍ରଥମ ଜନଶୁଣାଣୀରେ ଏଭଳି ମହନୀୟତା ଦେଖି ଉପସ୍ଥିତ ବ୍ୟକ୍ତିମାନେ ଖୁସିବ୍ୟକ୍ତ କରିଥିଲେ|

ଏ ସମ୍ପର୍କରେ ବାଲିପଡ଼ାର ପୂର୍ବତନ ସରପଞ୍ଚ ଚିତ୍ରସେନ ବେହେରା କହିଥିଲେ, ମୁଁ ତିରିଶ ବର୍ଷ ଧରି ପଞ୍ଚାୟତରେ ରାଜନୀତି କଲାଣି, ଅନେକ ଜିଲ୍ଲାପାଳଙ୍କ ପାଖକୁ ଆସି ସମସ୍ୟା, ଅଭିଯୋଗ ଜଣାଇଛି | ହେଲେ ଏପରି ତୁରନ୍ତ ସହାୟତା ମୁଁ ପ୍ରଥମେ ଦେଖିଲି | ଏହି କାର୍ଯ୍ୟ ପାଇଁ ପଞ୍ଚାୟତବାସୀ ଜିଲ୍ଲାପାଳଙ୍କୁ ସାଧୁବାଦ ଜଣାଇଛନ୍ତି|

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande