ଭୁବନେଶ୍ୱର, 15 ଜୁଲାଇ (ହି.ସ.)
- ସୌମ୍ୟାଶ୍ରୀଙ୍କ ମୃତ୍ୟୁରେ ରାଜ୍ୟପାଳ ଶୋକ ପ୍ରକାଶ
କରିଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ କହିଛନ୍ତି ଯେ, ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଖବରକୁ ନେଇ ଗଭୀର ମର୍ମାହତ । ଛାତ୍ରୀଙ୍କ
ଅକାଳ ବିୟୋଗ ଶୁଣି ମୁଁ ଗଭୀର ମର୍ମାହତ । ଏହା କେବଳ ଏକ ଦୁଃଖଦ ଘଟଣା ନୁହେଁ, ଆମ କ୍ୟାମ୍ପସକୁସୁରକ୍ଷିତ ରଖିବାକୁ
ଜରୁରୀ ଆବଶ୍ୟକତା ବୋଲି ମନେ ପକାଉଛି । ଆଇନ୍ କଡ଼ା ପଦକ୍ଷେପ ନେବ, ସଂପୃକ୍ତ
ବ୍ୟକ୍ତିଙ୍କୁ ଦଣ୍ଡ ମିଳିବ ।
ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ଏହି ଦୁଃଖର ସମୟରେ
ଭଗବାନ ତାଙ୍କ ପରିବାରକୁ ଧୈର୍ଯ୍ୟ ଦିଅନ୍ତୁ ବୋଲି କାମନା କରିଛନ୍ତି ରାଜ୍ୟପାଳ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା