ଭୁବନେଶ୍ୱର,୧୫ ଜୁଲାଇ (ହି.ସ)- ବାଲେଶ୍ୱର ଘଟଣାକୁ ନେଇ ଆସନ୍ତାକାଲି (ବୁଧବାର) ବିଜେଡି ପକ୍ଷରୁ ଲୋକସେବା ଭବନ ଘେରାଉ କରିବାକୁ ଘୋଷଣା କରାଯାଇଛି। ଏଥିପାଇଁ ସବୁ କର୍ମଚାରୀଙ୍କୁ ସାଢ଼େ ୯ ସୁଦ୍ଧା ଅଫିସ୍ ପହଂଚିବାକୁ ନିର୍ଦ୍ଦେଶ ଦିଆଯାଇଛି। ସାଢ଼େ ୯ରେ ଲୋକସେବା ଭବନ ସମ୍ମୁଖ ଗେଟ୍ ବନ୍ଦ ନିର୍ଦ୍ଦେଶ ଦିଆଯାଇଛି। ଗୃହ ବିଭାଗ ସ୍ୱତନ୍ତ୍ର ସଚିବ ଆର କେ ଶର୍ମା ସମସ୍ତ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ , କମିଶନର ଓ ସ୍ୱତନ୍ତ୍ର ସଚିବ ମାନଙ୍କୁ ଚିଠି ଲେଖି ଜଣାଇଛନ୍ତି। ଲୋକସେବା ଭବନ ସହ , ଖାରବେଳ ଭବନ , ରାଜୀବ ଭବନ , କୃଷି ଭବନ ଓ ରାଜ୍ୟ ମୁଖ୍ୟ ଦପ୍ତର ପାଇଁ ମଧ୍ୟ ସମାନ ନିର୍ଦ୍ଦେଶ ଦିଆଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା