ଭୁବନେଶ୍ୱର, 15 ଜୁଲାଇ (ହି.ସ.)- ସୌମ୍ୟଶ୍ରୀ ଆତ୍ମହତ୍ୟା ପଛରେ ଏବିଭିପର କୁଚକ୍ରି
ଗୋଷ୍ଠୀ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଇସ୍ପିତା ସାହୁ । ଯେଉଁଠି ସୌମ୍ୟଶ୍ରୀ ଆତ୍ମହତ୍ୟା
ଉଦ୍ୟମ କରିଥିଲେ ସେଠି ଅନ୍ୟ ସାଇଡରୁ ଦୁଇଟି ସିସିଟିଭି ରହିଛି । ସେ ସିସିଟିଭିର ଭିଜୁଆଲ କୁଆଡ଼େ
ଗଲା । ତାହା ବଡ଼ ପ୍ରଶ୍ନ । ସୌମ୍ୟଶ୍ରୀ ଅଭିଯୋଗ କରିବା ପରେ ମଧ୍ୟ ସେହି ଏଚଓଡିଙ୍କୁ ଆଣି ଏବିଭିପି
ସମ୍ମାନିତ କରୁଛନ୍ତି । ଏଥିରୁ ସ୍ପଷ୍ଟ ସୌମ୍ୟଶ୍ରୀ ଆତ୍ମହତ୍ୟା ପଛରେ ଏବିଭିପିର କୁଚକ୍ରି
ଗୋଷ୍ଠୀ ରହିଛନ୍ତି । ତାହା ତଦନ୍ତ ପରିସର ଭୁକ୍ତ ହେବା ଦରକାର । ଏ ସରକାର ତିନି ଦିନ ଧରି ଶବକୁ
ନେଇ ରାଜନୀତି କରିଛି । ସୌମ୍ୟଶ୍ରୀ ଆତ୍ମହତ୍ୟା କରିନି ତାଙ୍କୁ ସୁରଜ ସୂର୍ଯ୍ୟବଂଶୀ ମୋହନ ମାଝୀ
ଓ ପ୍ରତାପ ଷଡ଼ଙ୍ଗୀ ହତ୍ୟା କରିଛନ୍ତି । ଆଉ ଗୋଟେ ଖବର ଆସୁଛି ସ୍ଥାନୀୟ ବିଧାୟକ ମାନସ ଦତ୍ତଙ୍କର
ସେ ଏବିଭିପିଙ୍କ ସହ କି ସମ୍ପର୍କ ଥିଲା । ସେ ତାଙ୍କ ସୁରକ୍ଷା ପାଇଁ ଚାପ ପକାଉ ଥିଲେ କି ନାହିଁ
ତାହା ତଦନ୍ତ ପରିସର ଭୁକ୍ତ ହେବା ଦରକାର । କଲେଜରେ କାହିଁକି ଅଗ୍ନୀ ନିରାପତା ବ୍ୟବସ୍ଥା ନଥିଲା
? ଝିଅକୁ କିଏ ପେଟ୍ରୋଲ ଯୋଗାଇ ଦେଲା ତାହା ବି ତଦନ୍ତ
ପରିସର ଭୁକ୍ତ ହେଉ ବୋଲି ସେ ଦାବି କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା