ବିଜେପି ସରକାର ତ୍ୱରିତ୍ଵ ନ୍ୟାୟ ଉପରେ ଗୁରୁତ୍ବ ଦେଉଛନ୍ତି- ଖାଦ୍ୟ ଯୋଗାଣ ମନ୍ତ୍ରୀ
ଭୁବନେଶ୍ୱର, 15 ଜୁଲାଇ (ହି.ସ.) - ଏଫଏମ ଛାତ୍ରୀ ମୃତ୍ୟୁକୁ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ଯେ, କଂଗ୍ରେସ ଓ ବିଜେଡି ଅଯଥା ରାଜନୀତି କରୁଛନ୍ତି । ବିଜେଡ଼ି 24 ବର୍ଷ ସରକାରରେ ଥିଲା । ସେତେବେଳେ ସେମାନେ ତୁରନ୍ତ ଆକ୍ସନ ନେଉ ନଥିଲେ । ବେବିନା, କୁନ
ବିଜେପି ସରକାର ତ୍ୱରିତ୍ଵ ନ୍ୟାୟ ଉପରେ ଗୁରୁତ୍ବ ଦେଉଛନ୍ତି- ଖାଦ୍ୟ     ଯୋଗାଣ ମନ୍ତ୍ରୀ


ଭୁବନେଶ୍ୱର, 15 ଜୁଲାଇ (ହି.ସ.)

- ଏଫଏମ ଛାତ୍ରୀ ମୃତ୍ୟୁକୁ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର

ପାତ୍ର କହିଛନ୍ତି ଯେ, କଂଗ୍ରେସ ଓ ବିଜେଡି ଅଯଥା ରାଜନୀତି କରୁଛନ୍ତି । ବିଜେଡ଼ି 24 ବର୍ଷ

ସରକାରରେ ଥିଲା । ସେତେବେଳେ ସେମାନେ ତୁରନ୍ତ ଆକ୍ସନ ନେଉ ନଥିଲେ । ବେବିନା, କୁନ୍ଦୁଲି ଘଟଣା ହେଉ ଆକ୍ସନ ନେଇ ନଥିଲେ । ଦୋଷୀ ଖୁଲମ

ଖୁଲା ବୁଲୁଥିଲେ । ପୂର୍ବ ସରକାର ମାନେ ଲୋକଙ୍କୁ ନ୍ୟାୟ ଦେଲେ ନାହିଁ । ବିଜେପି ସରକାର ତୁରନ୍ତ

ଆକ୍ସନ ନେଉଛନ୍ତି । ଏହି ଘଟଣାରେ 12 ଘଣ୍ଟା ଭିତରେ ଆକ୍ସନ ନିଆଯାଇଛି । ଉପ ମୁଖ୍ୟମନ୍ତ୍ରୀ

ପ୍ରଭାତୀ ପରିଡ଼ା କହିଛନ୍ତି, କାହାକୁ ଛଡା ଯିବ

ନାହିଁ । ଅପରାଧ ଏବଂ ଅପରାଧୀଙ୍କୁ ସରକାର ଦୃଢ଼ ହସ୍ତରେ ଦମନ କରୁଛନ୍ତି । ଅଯଥାରେ ଶସ୍ତା

ରାଜନୀତି କରୁଛନ୍ତି ବିରୋଧୀ । ଅତୀତ ସରକାର ଲୋକଙ୍କ ବିଶ୍ୱାସ ଭାଜନ ହୋଇପାରିନଥିଲା । ବିଜେଡ଼ି

24 ବର୍ଷ ସରକାରରେ କେତେ ଜଣ ଇସ୍ତଫା ଦେଇଛନ୍ତି ? ଦିବ୍ୟ ଶଙ୍କର

ମିଶ୍ର, ପ୍ରତାପ ଜେନା ଇସ୍ତଫା ଦେଇଥିଲେ କି ? ତେଣୁ ସେମାନେ ଫାଲତୁ କଥା କହି କିଛି ଲାଭ ନାହିଁ ।

କୁନ୍ଦୁଲି ପୀଡ଼ିତା ନ୍ୟାୟ ପାଇଲେ କି ? ବିଜେପି ସରକାର

ତ୍ୱରିତ୍ଵ ନ୍ୟାୟ ଉପରେ ଗୁରୁତ୍ବ ଦେଉଛନ୍ତି । ଏଭଳି ତ୍ୱରିତ ଏଭଳି ତ୍ୱରିତ କାର୍ଯ୍ୟାନୁଷ୍ଠାନ

ଅତୀତରେ କୌଣସି ସରକାର ନେଇନାହାନ୍ତି । ଯିଏ ଦୋଷୀ ଦଣ୍ଡ ପାଇବେ । ଅନ୍ୟକୁ ବୁଦ୍ଧି ଶିଖାଉଛନ୍ତି, ନିଜ ବେଳକୁ ବୁଦ୍ଧି

ଆସୁନଥିଲା । ରାଜରାସ୍ତାକୁ ଆସିବାକୁ ମନା ନାହିଁ । ମୋହନ ମାଝୀ ସରକାର ଅପରାଧକୁ ବରଦାସ୍ତ

କରିବେ ନାହିଁ ବୋଲି ସେ କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande