ଭୁବନେଶ୍ୱର, 15 ଜୁଲାଇ (ହି.ସ.)
- ରାସନ କାର୍ଡ ପାଇଁ 20 ଲକ୍ଷ 58 ହଜାର ଲୋକ ଇ-କେୱାଇସିକରିନାହାନ୍ତି । ସେମାନଙ୍କ ଚାଉଳ ବନ୍ଦ କରାଯାଇଛି ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ
କୃଷ୍ଣଚନ୍ଦ୍ର ପାତ୍ର । ଯଦି ଚାଉଳ ଯାଉନି ଶୁଣି ସେମାନେ ଆସନ୍ତି, ତେବେ ଇ-କେୱାଇସିକଲେ ସରକାର ଚାଉଳ ଦେବେ । ଯେଉଁ ମାନେ କରିନାହାନ୍ତି ଇ-କେୱାଇସିପାଇଁ 3 ମାସ ଅପେକ୍ଷା କରିବେ ସରକାର । କାର୍ଡ ଗୁଡ଼ିକ ସେହି ସମୟରେ ସସପେଣ୍ଡ ଅବସ୍ଥାରେ
ରହିବ । ଯଦି ଏହି ସମୟରେ ଲୋକ ଇ-କେୱାଇସିନକରନ୍ତି, ତେବେ କାର୍ଡ ଗୁଡ଼ିକ କାଟି ଦେବେ ସରକାର । ତାପରେ ଆସି ଇ-କେୱାଇସି
କଲେ ଚାଉଳ ପାଇବେ । ନେଟୱର୍କ ସମସ୍ୟା ଯେଉଁ ଜିଲ୍ଲା ମାନଙ୍କରେ ଥିଲା, ସେଠାରେ ସରକାର ନେଟୱର୍କ ବ୍ୟବସ୍ଥା କରିଛନ୍ତି । ବୁଷ୍ଟର ମଧ୍ୟ ଲଗାଯାଇଛି । ଯଦି ତଥାପି
ହୋଇନାହିଁ, ସେମାନେ ଜିଲ୍ଲା କେନ୍ଦ୍ରରେ ଆସି କରିପାରିବେ । ଇ-କେୱାଇସି ଯେଉଁ ମାନଙ୍କର ହୋଇଯାଇଛି ।
ସେମାନେ ଚାଉଳ ପାଇବେ । 5 ବର୍ଷରୁ ଅଧିକ ବୟସ ପିଲା ମାନେ ରାସନ କାର୍ଡରେ ସାମିଲ ହେବେ ବୋଲି
ମନ୍ତ୍ରୀ କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା