ସୌମ୍ୟଶ୍ରୀ ଙ୍କ ପାଇଁ ବିଜୁ ଯୁବ ଜନତା ଦଳ ପକ୍ଷରୁ ଦୀପ ଦାନ
ପୁରୀ, ୧୫ ଜୁଲାଇ (ହି.ସ.) - ମଙ୍ଗଳବାର ସନ୍ଧ୍ୟା ସମୟ ରେ ଗୁଣ୍ଡିଚା ମନ୍ଦିର ସମ୍ମୁଖ ରେ ଫକିର ମୋହନ ସେନାପତି ବିଶ୍ୱବିଦ୍ୟାଳୟ ର ଛାତ୍ରୀ ସୌମ୍ୟଶ୍ରୀ ବିଶି ଙ୍କ ଆତ୍ମହୃତି ଯୋଗୁଁ ବିଜୁ ଯୁବ ଜନତା ଦଳ ପୁରୀ ପକ୍ଷରୁ ତାଙ୍କର ଅମର ଆତ୍ମା ର ସଦଗତି ନିମନ୍ତେ ମହାପ୍ରଭୁ ଙ୍କ ପାଖରେ ଦୀପ ଦାନ କରାଯାଇଥିଲା
ସୌମ୍ୟଶ୍ରୀ ଙ୍କ ପାଇଁ ବିଜୁ ଯୁବ ଜନତା ଦଳ ପକ୍ଷରୁ ଦୀପ ଦାନ


ପୁରୀ, ୧୫ ଜୁଲାଇ (ହି.ସ.) - ମଙ୍ଗଳବାର ସନ୍ଧ୍ୟା ସମୟ ରେ ଗୁଣ୍ଡିଚା ମନ୍ଦିର ସମ୍ମୁଖ ରେ ଫକିର ମୋହନ ସେନାପତି ବିଶ୍ୱବିଦ୍ୟାଳୟ ର ଛାତ୍ରୀ ସୌମ୍ୟଶ୍ରୀ ବିଶି ଙ୍କ ଆତ୍ମହୃତି ଯୋଗୁଁ ବିଜୁ ଯୁବ ଜନତା ଦଳ ପୁରୀ ପକ୍ଷରୁ ତାଙ୍କର ଅମର ଆତ୍ମା ର ସଦଗତି ନିମନ୍ତେ ମହାପ୍ରଭୁ ଙ୍କ ପାଖରେ ଦୀପ ଦାନ କରାଯାଇଥିଲା । ନୀରବ ପ୍ରାର୍ଥନା କରାଯାଇଥିଲା । ରାଜ୍ୟ ସରକାର ଙ୍କ ବିରୋଧ ରେ ବିଷାଦଗାର କରାଯାଇଥିଲା କ୍ଷ ମୂଖ୍ୟମନ୍ତ୍ରୀ ଓ ଶିକ୍ଷା ମନ୍ତ୍ରୀ ଇସ୍ତପା ଦାବୀ ହୋଇଥିଲା । ସରକାର ଓଡ଼ିଶା ର ନାରୀ ମାନଙ୍କୁ ସୁରକ୍ଷା ଦେବାରେ ବିଫଳ, ପ୍ରତ୍ୟେକ ଦିନ ଦୁଷ୍କର୍ମ, ହତ୍ୟା, ରାହାଜାନୀ, ଛିନତାଇ ଘଟି ଚାଲିଛି, ପ୍ରଶାସନ ନୀରବଦ୍ରଷ୍ଟା ସାଜିଛନ୍ତି ସରକାରଙ୍କ ନିୟନ୍ତ୍ରଣ ନାହିଁ ଏପରି ଅଭିଯୋଗ ଯୁବ ନେତୃତ୍ୱ ମାନେ କରିଛନ୍ତି । ସରକାର ଛି ଛି, ହାୟ ହାୟ ସହ ମୂଖ୍ୟମନ୍ତ୍ରୀ ମୋହନ ମାଝି ଓ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଙ୍କ କୁଶ ପୁତଳିକା ଦାହ କରାଯାଇଛି । ଜିଲ୍ଲା ଯୁବ ସଭାପତି ନାରାୟଣ ସ୍ୱାଇଁ, ଯୁବ ନେତା ଭଗବାନ ପଢିଆରୀ, ଅସିତ୍ ମେକାପ, ରୋଜାଲିନ ନାୟକ, ଅଜୟ ସ୍ୱାଇଁ , ରମକୃଷ୍ଣ ପ୍ରତିହାରୀ,ଛାତ୍ର ନେତା ହରେକୃଷ୍ଣ ସୁଆର, ସାଗର ପାତ୍ର, ରାଜେଶ୍ ତ୍ରିପାଠୀ,ଅଭିନାସ ଭଞ୍ଜ, ରାଜା ମରୁଡ଼ି, ପ୍ରିୟଙ୍କା ମହାନ୍ତି, ମୁନି ରାଓ, ଯୋଗମାୟା ଜେନା ଙ୍କ ସମେତ ୫୦୦ ରୁ ଉର୍ଦ୍ଧ୍ୱ ଯୁବକ ଯୁବତୀ ଏଥିରେ ସାମିଲ୍ ହୋଇଥିଲେ ।

ହିନ୍ଦୁସ୍ଥାନ ସମାଚାର/ବିଜୟ/ଭାନୁ

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande