ସୁଜାତାଙ୍କୁ ସର୍ବେସର୍ବା କରିବା ବିଜେଡି ପାଇଁ ଆତ୍ମଘାତୀ ନିଷ୍ପତି ହେବ - ଅଶ୍ୱିନୀ ଷଡ଼ଙ୍ଗୀ
ଭୁବନେଶ୍ୱର, ୧୮ ଜୁଲାଇ (ହି.ସ.)- ସୁଜାତାଙ୍କୁ ସର୍ବେସର୍ବା କରିବା ବିଜେଡି ପାଇଁ ଦ୍ୱିତୀୟ ଆତ୍ମଘାତୀ ନିଷ୍ପତି ହେବ ବୋଲି କହିଛନ୍ତି ବିଜେପି ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ। ସେ କହିଛନ୍ତି ପାଣ୍ଡିଆନ ସନ୍ୟାସ ନେଇ ନାହାନ୍ତି ଏବେ ବି ବିଜେଡି ତାଙ୍କ ପକେଟରେ ଅଛି। ପାଣ୍ଡିଆନ କିମ୍ବା ତାଙ୍କ ପତ୍ନୀଙ୍କୁ କେବ
ସୁଜାତାଙ୍କୁ ସର୍ବେସର୍ବା କରିବା ବିଜେଡି ପାଇଁ ଆତ୍ମଘାତୀ ନିଷ୍ପତି ହେବ - ଅଶ୍ୱିନୀ ଷଡ଼ଙ୍ଗୀ


ଭୁବନେଶ୍ୱର, ୧୮ ଜୁଲାଇ (ହି.ସ.)- ସୁଜାତାଙ୍କୁ ସର୍ବେସର୍ବା କରିବା ବିଜେଡି ପାଇଁ ଦ୍ୱିତୀୟ ଆତ୍ମଘାତୀ ନିଷ୍ପତି ହେବ ବୋଲି କହିଛନ୍ତି ବିଜେପି ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ। ସେ କହିଛନ୍ତି ପାଣ୍ଡିଆନ ସନ୍ୟାସ ନେଇ ନାହାନ୍ତି ଏବେ ବି ବିଜେଡି ତାଙ୍କ ପକେଟରେ ଅଛି। ପାଣ୍ଡିଆନ କିମ୍ବା ତାଙ୍କ ପତ୍ନୀଙ୍କୁ କେବେ ବି ଓଡ଼ିଶା ବାସୀ ଗ୍ରହଣ କରିବେ ନାହିଁ। ଆନ୍ଦୋଳନ ବେଳେ ଯେଉଁମାନେ ଡ୍ରାମା କରି ମେଡ଼ିକାଲରେ ଆଡ଼ମିଟ ହେଲେ ସେମାନଙ୍କୁ ଭେଟିବା ପାଇଁ ପାଣ୍ଡିଆନ ଦମ୍ପତିଙ୍କୁ ଟାଇମ ହେଲା କିନ୍ତୁ ପିଡ଼ିତା ପରିବାରକୁ ଭେଟିବାକୁ ଟାଇମ ହେଲା ନାହିଁ। ବବି ଦାସଙ୍କ ସହ ନବୀନ ପଟ୍ଟନାୟକ ମଧ୍ୟ ଫୋନ ଯୋଗେ କଥା ହେଲେ ବୋଲି ସୋସିଆଲ ମିଡ଼ିଆରେ କହିଲେ କିନ୍ତୁ ପିଡ଼ିତା ପରିବାର ସହ କଥା ହେଲେ ନାହିଁ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande