ଚରଦିଆ ସେବା ସମବାୟ ସମିତିରେ ଅଡିଟ ରିପୋର୍ଟରେ ସଂପାଦିକାଙ୍କ ଦୁର୍ନିତୀ, କାର୍ଯ୍ୟାନୁଷ୍ଠାନ କେବେ!
ଭଦ୍ରକ, ୧୮ ଜୁଲାଇ(ହି.ସ.) – ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଚରଦିଆ ସେବା ସମବାୟ ସମିତି ଦୀର୍ଘ ୬୨ବର୍ଷ ହେବ ଲୋକଙ୍କୁ ସେବା ଯୋଗାଇ ଦେଇ ଆସୁଥିବା ବେଳେ ଏହାର କିଛି କଳା କରାନାମ ପଦାକୁ ଆସିଛି। ରାଜ୍ୟର ସମସ୍ତ ପଂଚାୟତରେ ସେବା ସମବାୟ ସମିତି ନଥିବା ବେଳେ ଚରଦିଆ ପଂଚାୟତରେ ୨ଟି ସେବା ସମବାୟ ସମିତି କିପ
ଚରଦିଆ ସେବା ସମବାୟ ସମିତିରେ ଅଡିଟ ରିପୋର୍ଟରେ ସଂପାଦିକାଙ୍କ ଦୁର୍ନିତୀ, କାର୍ଯ୍ୟାନୁଷ୍ଠାନ କେବେ!


ଭଦ୍ରକ, ୧୮ ଜୁଲାଇ(ହି.ସ.) – ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଚରଦିଆ ସେବା ସମବାୟ ସମିତି ଦୀର୍ଘ ୬୨ବର୍ଷ ହେବ ଲୋକଙ୍କୁ ସେବା ଯୋଗାଇ ଦେଇ ଆସୁଥିବା ବେଳେ ଏହାର କିଛି କଳା କରାନାମ ପଦାକୁ ଆସିଛି। ରାଜ୍ୟର ସମସ୍ତ ପଂଚାୟତରେ ସେବା ସମବାୟ ସମିତି ନଥିବା ବେଳେ ଚରଦିଆ ପଂଚାୟତରେ ୨ଟି ସେବା ସମବାୟ ସମିତି କିପରି ସ୍ଥାପନା କରାଗଲା ତାହା ନେଇ ପ୍ରଶ୍ନବାଚୀ ହୋଇ ପଡିଛି। ଏଥିମଧ୍ୟରୁ ଗୋଟିଏ ଚରଦିଆ ବଜାର ଠାରେ ଥିବା ବେଳେ ଆଉ ଏକ ସେବା ସମବାୟ ସମିତି ଏହି ପଂଚାୟତର ଶୈଳନ୍ଦୀପଲ୍ଲୀ ଠାରେ ଅବସ୍ଥାପିତ।୨୦୨୨-୨୩ ଆର୍ଥିକ ବର୍ଷରେ ହୋଇଥିବା ଅଡିଟ ରିପୋର୍ଟ ପ୍ରକାଶ ପାଇବା ପରେ ବହୁ ତଥ୍ୟ ଲୋକ ଲୋଚନକୁ ଆସିଛି। ଅଡିଟ ରିପୋର୍ଟ ଅନୁଯାଇ ୨୨-୨୩ ଆର୍ଥିକ ବର୍ଷରେ କ୍ୟାସ ମିଷ୍ଟେକ ଟ୬୮,୫୦୦. ସଂପୃକ୍ତସେବା ସମବାୟ ସମିତିର ନିର୍ବାଚନ ଖର୍ଚ ସୀମାଧାର୍ଯ୍ୟ ଠାରୁ ଟ୩୩,୦୦୦ଙ୍କା ଅଧିକ, ଗୋଟିଏ ବର୍ଷ ମଧ୍ୟରେ ସଂପୃକ୍ତ ସମବାୟ ସମିତି ସଂପାଦିକା ଟ୬୨,୦୦୦ଙ୍କା ମିଛ ଚାଲାଣ କରିଥିବା ଦର୍ଶାଯାଇଛି ଏବଂ ଏଥିସହ ସେହି ଆର୍ଥିକ ବର୍ଷରେ ଧାନ କିଣା ବିକା କରିବା ପାଇଁ ମଣ୍ଡି ଲେବର ଚାର୍ଜ ଟ୧,୩୯,୮୭୭ଙ୍କା ଖର୍ଚ କରିଥିବା ଅଡିଟ ରିପୋର୍ଟରେ ଦର୍ଶାଯାଇଛି। ଏହି ପରି ସମୁଦାୟ ଟ୩,୦୩,୩୭୭.୦୦ଙ୍କା ଅଧିକ ଖର୍ଚ ଦେଖାଇଛନ୍ତି। ଏବଂ ଏହି ଅତ୍ୟଧିକ ଖର୍ଚ ପାଇଁ ସଂପୃକ୍ତା ସମବାୟ ସମିତିର ସଂପାଦିକା ଦାୟୀ ବୋଲି ଅଡିଟ ରିପୋର୍ଟ ରେ ଦର୍ଶାଯାଇଛି। ଏହି ତଥ୍ୟ ଲୋକ ଲୋଚନକୁ ଆସିବା ପରେ ତୁରନ୍ତ ଏହି ରାଶି ତାଙ୍କ ଠାରୁ ଆଦାୟ କରିବାକୁ ଅଂଚଳବାସୀ ତଥା ସମାଜସେବୀ ଶରତ ସେନାପତି ନିଜର ମତବ୍ୟକ୍ତ କରିଛନ୍ତି। ଏଥିସହ କୌଣସି ସଂପାଦକ/ସଂପାଦିକାଙ୍କୁ ଛୁଟି ନେବାକୁ ହେଲେ ସେ ନିଜର ଏଆରସିଏସ /ଡିଆରସିଏସଙ୍କ ପାଖକୁ ଛୁଟି ପାଇଁ ଦରଖାସ୍ତ ଦେବାର ନିୟମ ଥିବା ବେଳେ ଛୁଟିର ସମୟସୀମା ୩ ଦିନ ରହିଛି। ମାତ୍ର ଚଳିତ ମାସ ଚରଦିଆ ସେବା ସମବାୟ ସମିତିର ସଂପାଦିକା ମହାଶୟା ୩ ଦିନ ବଦଳରେ ୫ଦିନରୁ ଅଧିକ ଛୁଟି ନେଲେ ମାତ୍ର ତାହା ପୁଣି ଏଆରସିଏସ/ଡିଆରସିଏସଙ୍କ ଅଗୋଚରରେ। ବର୍ତମାନ ସୁଦ୍ଧା ଏହି ସେବା ସମବାୟ ସମିତି ଗୁଡିକ କ୍ୟାଡର ରୁଲରେ ଆସୁନଥିବାବେଳେ ସଂପୃକ୍ତ ସମବାୟ ସମିତିର ସଭାପତି କିପରି ନିଜର ସଂପାଦିକାଙ୍କ ଛୁଟି ଦରଖାସ୍ତ ମଞୁର କଲେ ତାହା ତଦନ୍ତ ସାପେକ୍ଷ ହୋଇ ପଡିଛି। ଏଥିସହ ଏହି ସମବାୟ ସମିତିର ସଂପାଦିକାଙ୍କ ଇଙ୍ଗିତରେ କିପରି ଗୋଟିଏ ପରିବାରର ୨ଏକର ଜମି ଚରଦିଆ ସେବା ସମବାୟ ସମିତିରେ ଜିମା ଦେଇ ୭-୯ଲକ୍ଷ ଟଙ୍କା ଲୋନ ନେଲେ ତାହା ମଧ୍ୟ ତଦନ୍ତ ପରିସର ହେବାର ଆବଶ୍ୟକତା ଅଛି। ଏହି ସମସ୍ତ ଅଭିଯୋଗ ବିଷୟରେ ସମାଜସେବୀ ଶରତ ସେନାପତି ମୁଖ୍ୟମନ୍ତୀଙ୍କ ପ୍ରକୋଷ୍ଠରେ ଅଭିଯୋଗ କରିବା ସହ ବାଲେଶ୍ୱର- ଭଦ୍ରକ କୋପରେଟିଭ ରେଜିଷ୍ଟାରଙ୍କ ନିକଟରେ ମଧ୍ୟ ଲିଖିତ ଅଭିଯୋଗ କରିଛନ୍ତି। ତୁରନ୍ତ ଏହି ବିଷୟରେ ତଦନ୍ତ କରି ସଂପୃ୍‌କ୍ତ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ନିଜର ଦାବୀ ଜଣାଇଛନ୍ତି।

ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande