ଗୁରୁତ୍ୱପୂର୍ଣ୍ଣ କାଗଜ ଓ ଚେକ ବହି ନ ଫେରାଇଲେ ରାଜରାସ୍ତା କୁ ଓହ୍ଲାଇବ ମହାସଂଘ
କେନ୍ଦ୍ରାପଡ଼ା, ୧୮ ଜୁଲାଇ(ହି.ସ.) – କେନ୍ଦ୍ରାପଡା ବ୍ଲକ ଓଡିଶା ଜୀବିକା ମିଶନ ଶକ୍ତିର ଚକ୍ରୋଡା ପଂଚାୟତ ସ୍ତରୀୟ ମହାସଂଘ ର ଶତାଧିକ ନେତୃ ମଣ୍ଡଳୀ ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଜାମ୍ବର ମହାନ୍ତିଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ଦାବିପତ୍ର ରେ ଜୀବିକା ମିଶନ
ଗୁରୁତ୍ୱପୂର୍ଣ୍ଣ କାଗଜ ଓ ଚେକ ବହି ନ ଫେରାଇଲେ ରାଜରାସ୍ତା କୁ ଓହ୍ଲାଇବ ମହାସଂଘ


କେନ୍ଦ୍ରାପଡ଼ା, ୧୮ ଜୁଲାଇ(ହି.ସ.) – କେନ୍ଦ୍ରାପଡା ବ୍ଲକ ଓଡିଶା ଜୀବିକା ମିଶନ ଶକ୍ତିର ଚକ୍ରୋଡା ପଂଚାୟତ ସ୍ତରୀୟ ମହାସଂଘ ର ଶତାଧିକ ନେତୃ ମଣ୍ଡଳୀ ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଜାମ୍ବର ମହାନ୍ତିଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ଦାବିପତ୍ର ରେ ଜୀବିକା ମିଶନ ର ବିପିଏମ ମିଶନ ସଂଘର ବେଆଇନ ଭାବେ ଚେକ ଓ ଗୁରୁତ୍ୱପୂର୍ଣ୍ଣ କାଗଜଗୁଡିକୁ ଜବତ କରି ରଖିଛନ୍ତି। ଏହାକୁ ନଫେରାଇଲେ ସଂଘ ରାଜରାସ୍ତାକୁ ଓହ୍ଲାଇବ ୋଲି ସଂଘର ସଭାପତି ସରୋଜିନୀ ରାଉତ, ସଂପାଦିକା ଅନ୍ନପୂର୍ଣ୍ଣା ଦାସ, ରଶ୍ମିତା ପରିଡା, କଲ୍ୟାଣୀ ପରିଡା, ସସ୍ମିତା ରାଉତ ପ୍ରମୁଖ ଶତାଧିକ ସଭ୍ୟା ପ୍ରମୁଖ ମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ମହାନ୍ତିଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande