ସୁବର୍ଣ୍ଣପୁର, 18 ଜୁଲାଇ (ହି.ସ.)
ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆସନ୍ତା ଜୁଲାଇ ୨୭ ତାରିଖ ରବିବାର ଦିନ ତହଁକ୍ କୁଟୁମ୍ ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍ ସ୍ଥିତ ସେଲେଡି ଗ୍ରାମରେ ଝକେର୍ କବିତା ଉଛବ୍ ଆୟୋଜିତ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ଜିଲ୍ଲାର ସେଲେଡି ର ରୁମକୁଝୁମାନା ଅନୁଷ୍ଠାନ ଏହି କାର୍ଯ୍ୟକ୍ରମର ଆୟୋଜନ ଭାର ହାତକୁ ନେଇଥିବା ବେଳେ ରୁମକୁଝୁମାନା ର ସଭାପତି ବିଶିଷ୍ଟ କଣ୍ଠଶିଳ୍ପୀ ଶାଶ୍ଵତ କୁମାର ତ୍ରିପାଠୀ ଏହାର ନେତୃତ୍ଵ ନେଇଛନ୍ତି ବୋଲି ତହଁକ୍ ସମ୍ପାଦକ ରାଜେଶ ଦଣ୍ଡସେନା ଘୋଷଣା କରି କହିଛନ୍ତି।ସମସ୍ତ କବି, କବୟିତ୍ରୀ, କଲାକାର, ସାହିତ୍ୟ ପ୍ରେମୀ ମାନଙ୍କୁ ନିମନ୍ତ୍ରଣ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି। ଝକେର୍ ଉଛବ୍ କରିବାର କାରଣ ପ୍ରବଳ ବର୍ଷା କୁ ସ୍ୱାଗତ କରି ଚାଷୀଙ୍କ ମନରେ ଖୁସିର ସଞ୍ଚାର ତିଆରି କରିବା ପାଇଁ ଏହି ଉତ୍ସବ ୨୦୧୮ ବର୍ଷ ରାଣୀପୁର ଝରିଆଲ ରୁ ଆରମ୍ଭ ହୋଇଥିଲା ସେହି ବର୍ଷ ଶ୍ରାବଣ ମାସରେ ମରୁଡିର ହାହାକାର ଦେଖିବାକୁ ମିଳିଥିଲା କିନ୍ତୁ ସେହି ଉତ୍ସବ ଦିନ ଏମିତି ବର୍ଷା ହେଲା ଯେ ଥମିବାର ନାଁ ବି ନେଲାନି। ସେଦିନଠୁଁ ଆଜି ପର୍ଯ୍ୟନ୍ତ ପ୍ରତ୍ୟେକ ବର୍ଷ ଜୁଲାଇ ମାସରେ ବୃକ୍ଷରୋପଣ କରିବା ସହ ଝକେର୍ କବିତା ଉଛବ୍ ମନାଯାଉଛି। ଅର୍ଜୁନ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଏହି ବୈଠକରେ ଗୋପୀନାଥ ଦଣ୍ଡସେନା, ନେପାଲ ବାଗ୍, ଦିଗାମ୍ବର ନାଏକ, ଗୋପାଲ ମେହେର, ଦିଲିପ ମିଶ୍ର, ଦେବେନ୍ଦ୍ର ନାଏକ, ପ୍ରଭାସିନି ଭୋଇ, ଭରତ ମେହେର, ମିଲନ୍ ପଣ୍ଡା, ସୁଦେଷ୍ନା ମିଶ୍ର, ନିକିତା ସା, ମାନସୀ ସାହୁ, ଗିରିଶ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ଶେଷରେ ନେପାଲ ବାଗ୍ ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ