ବାତ୍ୟା ବନ୍ୟା ଆଶ୍ରୟସ୍ଥଳୀଗୁଡିକର ସୁପରିଚାଳନା ନେଇ କର୍ମଶାଳା
ଭଦ୍ରକ, ୧୮ ଜୁଲାଇ(ହି.ସ.) – ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଚାନ୍ଦବାଲି ବ୍ଲକ୍ ବିଜୁ ସ୍ମୃତି ଭବନ ଠାରେ ବାତ୍ୟା ବନ୍ୟା ଆଶ୍ରୟସ୍ଥଳୀ ଗୁଡିକର ସୁପରିଚାଳନା ନେଇ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ବାତ୍ୟା ବନ୍ୟା ଆଶ୍ରୟସ୍ଥଳୀର ସଭାପତି ଓ ସଂପାଦକ ମାନେ ଏହି କର୍ମଶାଳାରେ ଯୋଗ ଦେଇଥିଲ
BATYA BANYA ASRYASTALI KARMASALA


ଭଦ୍ରକ, ୧୮ ଜୁଲାଇ(ହି.ସ.) – ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଚାନ୍ଦବାଲି ବ୍ଲକ୍ ବିଜୁ ସ୍ମୃତି ଭବନ ଠାରେ ବାତ୍ୟା ବନ୍ୟା ଆଶ୍ରୟସ୍ଥଳୀ ଗୁଡିକର ସୁପରିଚାଳନା ନେଇ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ବାତ୍ୟା ବନ୍ୟା ଆଶ୍ରୟସ୍ଥଳୀର ସଭାପତି ଓ ସଂପାଦକ ମାନେ ଏହି କର୍ମଶାଳାରେ ଯୋଗ ଦେଇଥିଲେ। ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଚାନ୍ଦବାଲି ବିଡିଓ ସଂଜୀବ କୁମାର ମହାପାତ୍ର, ଓସ୍‌ଡୋମାର ଜେନେରାଲ ମ୍ୟାନେଜର ତାପସ କୁମାର ସେଠୀ, ଜିଲା ଡିପିଓ ଅମ୍ଳାନ ଅନୁପମ ସେନାପତି, ଓସ୍‌ଡୋମାର ସେଲଟର ଆସୋସିଏସନ୍ ସ୍ୱଦେଶ ସେଠୀ ପ୍ରମୁଖ ଏହି ତାଲିମ୍ ଶିବିରରେ ଯୋଗ ଦେଇଥିଲେ। ଏକ ଭିଡିଓ ମାଧ୍ୟମରେ ସଭାପତି ଓ ସଂପାଦକମାନଙ୍କୁ ସେମାନଙ୍କର ଦାୟିତ୍ୱ ସଂପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା। ଏହା ସହିତ ପ୍ରତ୍ୟେକ ବାତ୍ୟା ଆଶ୍ରୟ ସ୍ଥଳୀରେ ଯେଉଁ ମୌଳିକ ସୁବିଧାମାନ ଉପଲବ୍ଧ ରହିଛି, ସେ ସଂପର୍କରେ ଶିବିରରେ ସୂଚନା ଦିଆଯାଇଥିଲା। ଆଶ୍ରୟସ୍ଥଳୀରେ ଉପଲବ୍ଧ ଥିବା ଉପକରଣ ଗୁଡିକୁ ସଠିକ୍ ଭାବେ ପରିଚାଳନା କରିବା ବିଶେଷକରି ଆସ୍କା ଲାଇଟ୍‌, ଗଛ କାଟିବା ପାଇଁ ଚେନ୍ ସ’, ଜେନେରଟର ଆଦିର ପରିଚାଳନା ସଂପର୍କରେ ସୂଚନା ପ୍ରଦାନ କରାଯାଇଥିଲା। ଆଶ୍ରୟସ୍ଥଳୀ ଗୁଡିକରେ ଉପଲବ୍ଧ ରେକର୍ଡପତ୍ର ଯଥା କ୍ୟାସ୍‌ବୁକ୍‌, ଷ୍ଟକ୍ ବୁକ୍‌, ମିଟିଂ ରେଜିଷ୍ଟର ଗୁଡିକୁ ଅପଟୁ ଡେଟ୍ କରି ରଖିବା ସହ ସଠିକ୍ ଭାବେ ପରିଚାଳନା କରିବା ପାଇଁ ପରାମର୍ଶ ଦିଆଯାଇଥିଲା। ବିଭିନ୍ନ ଜନ ଉପଯୋଗୀ କାର୍ଯ୍ୟ ତଥା ବିବାହ, ବ୍ରତ ଇତ୍ୟାଦିରେ ଆଶ୍ରୟସ୍ଥଳୀକୁ ଉପଯୋଗ କରି ଆୟ ବୃଦ୍ଧି କରିବା ପାଇଁ କୁହାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande