ଜୟପୁର, ୧୮ ଜୁଲାଇ (ହି.ସ.)- ଜୟପୁର ସହରର ଏମ.ଜି. ରୋଡସ୍ଥିତ ସାଇବାବା ମନ୍ଦିର ପାଖରେ ଥିବା ଏକ ବ୍ୟାଟେରି ଦୋକାନରୁ ୪ ଲକ୍ଷ ଟଙ୍କା ଓ ସୁନା ଅଳଙ୍କାର ଚୋରି ହୋଇଥିବା ଅଭିଯୋଗରେ ଆଜି ଟାଉନ ପୁଲିସ ଏହି ଚୋରିର ମୁଖ୍ୟ ଅଭିଯୁକ୍ତ ତଥା ଦୁର୍ଦ୍ଦାନ୍ତ ଅପରାଧୀ ସ୍ଥାନୀୟ ଛୋଟାଗୁଡାର ଗୁପ୍ତ ଦାସ(୩୫)କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି । ଅଭିଯୁକ୍ତ ନିକଟରୁ ଚୋରି ହୋଇଥିବା ୨୫ ହଜାର ଏବଂ ଏକ ମୋବାଇଲ ଫୋନ ଜବତ କରାଯାଇଛି । ଅଭିଯୁକ୍ତ ତଥା ଦୁର୍ଦ୍ଦାନ୍ତ ଅପରାଧୀ ଗୁପ୍ତ ଦାସଙ୍କ ନାମରେ ଚୋରି ଓ ଡକାୟତି ଭଳି ବିଭିନ୍ନ ଥାନାରେ ୩୦ରୁ ଉର୍ଦ୍ଧ୍ବ ମାମଲା ରହିଛି ବୋଲି ତଦନ୍ତକାରୀ ଅଧିକାରୀ ଏସ.ଆଇ. ସିଦ୍ଧାନ୍ତ ବେହେରା ସୂଚନା ଦେଇଛନ୍ତି ।
ପ୍ରକାଶ ଯେ, ଗତ ଜୁନ ୨୯ ତାରିଖରେ ଏମ.ଜି. ରୋଡ ବ୍ୟାଟେରି ଦୋକାନ କାନ୍ଥ କଣା କରିବା ସହ ଦୋକାନ ଭିତରୁ ଟଙ୍କା ଓ ସୁନା ଅଳଙ୍କାର ଚୋରି ହୋଇଥିବା ନେଇ ମାଲିକ ବଂଶୀ ତୟାଲ ଟାଉନ ଥାନାରେ କୌଣସି ଅଜଣା ଦୃର୍ବୃତ ମାନେ ଟଙ୍କା କାଉଣ୍ଟର ଭାଙ୍ଗି ନଗଦ ୪ ଲକ୍ଷ, କମ୍ପାନୀର ଉପହାର ପ୍ରଦାନ ନେଇ କିଛି ରୁପା କଏନ ଓ ସୁନା ଅଳଙ୍କାର ଲୁଟି ନେଇଥିବା ନେଇ ଅଭିଯୋଗ କରିଥିଲେ। ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ବିଭିନ୍ନ ସ୍ଥାନରେ ଚଢଉ ସହ ସିସି କ୍ୟାମେରା ଯାଞ୍ଚ କରାଯାଇ ଏଥିରେ ସମୁଦାୟ ୫ ଜଣ ସ୍ଥାନୀୟ ଅପରାଧୀ ସାମିଲ ରହିଥିବା ନେଇ ସ୍ପଷ୍ଟ ହୋଇଥିଲେ। ଗତ ୧୧ ତାରିଖରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୭୦ ହଜାର ଟଙ୍କା ଜବତ କରାଯାଇଥିଲା । କିନ୍ତୁ, ମୁଖ୍ୟ ଅଭିଯୁକ୍ତ ଫେରାର ରହିଥିଲେ ଏବଂ ସୁନା ଓ ରୂପା ସାମଗ୍ରୀ ତାଙ୍କ ନିକଟରେ ରହିଥିବା ନେଇ ଜଣାପଡିଥିଲା । କିନ୍ତୁ ଅଭିଯୁକ୍ତକୁ ଗିରଫ କରାଯାଇଥିଲେ ସୁଦ୍ଧା ମୁଖ୍ୟ ଅଭିଯୁକ୍ତ ଅସୁସ୍ଥ ରହିଥିବା ଆଳ ଦେଖାଇଥିଲେ, ତେଣୁ ପୁଲିସ ପଚରାଉଚରାରେ ସମସ୍ୟା ସୃଷ୍ଟି ହୋଇଥିଲା ଏବଂ କୋର୍ଟଚାଲାଣ କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / ପିକେପି