ଏଫ୍‌ଏମ୍ ଛାତ୍ରୀ ମୃତ୍ୟୁ ଘଟଣା ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତି ନିକଟରେ ବିଜେଡିର ମୌନବ୍ରତ
ଭୁବନେଶ୍ୱର ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ମୁହଁରେ କଳା ପଟି ବାନ୍ଧି ପ୍ରତିବାଦ ସରକାରଙ୍କୁ ସଦ୍ୱୁଦ୍ଧି ମିଳିବା ଉଦେ୍‌ଦଶ୍ୟରେ ଅଭିନବ ପ୍ରତିବାଦ ଭୂବନେଶ୍ୱର, ୧୮ ଜୁଲାଇ (ହି.ସ ) - ବାଲେଶ୍ୱରର ଏଫ୍‌ଏମ୍ କଲେଜ ଛାତ୍ରୀ ମୃତ୍ୟୁ ଘଟଣା ପ୍ରତିବାଦରେ ଆଜି ଜନତା ମଇଦାନ ନିକଟସ୍ଥ ଗାନ୍ଧି ପାର୍କ ସ୍ଥିତ
ଏଫ୍‌ଏମ୍ ଛାତ୍ରୀ ମୃତ୍ୟୁ ଘଟଣା ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତି ନିକଟରେ ବିଜେଡିର ମୌନବ୍ରତ


ଭୁବନେଶ୍ୱର ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ମୁହଁରେ କଳା ପଟି ବାନ୍ଧି ପ୍ରତିବାଦ

ସରକାରଙ୍କୁ ସଦ୍ୱୁଦ୍ଧି ମିଳିବା ଉଦେ୍‌ଦଶ୍ୟରେ ଅଭିନବ ପ୍ରତିବାଦ

ଭୂବନେଶ୍ୱର, ୧୮ ଜୁଲାଇ (ହି.ସ ) - ବାଲେଶ୍ୱରର ଏଫ୍‌ଏମ୍ କଲେଜ ଛାତ୍ରୀ ମୃତ୍ୟୁ ଘଟଣା ପ୍ରତିବାଦରେ ଆଜି ଜନତା ମଇଦାନ ନିକଟସ୍ଥ ଗାନ୍ଧି ପାର୍କ ସ୍ଥିତ ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତି ନିକଟରେ ବିଜୁ ଜନତା ଦଳର ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ତରଫରୁ ମୁହଁରେ କଳା ପଟି ବାନ୍ଧି ନିରବ ପ୍ରତିବାଦ କରାଯାଇଥିଲା । ସରକାରଙ୍କ ନିଷ୍କ୍ରିୟତା ଓ ଦାୟିତ୍ୱହୀନତା ଲାଗି ଗୋଟିଏ ନିରୀହ ଝିଅର ଜୀବନ ଦୀପ ଅକାଳରେ ଚାଲିଗଲା । ଏହାର ପ୍ରତିବାଦ କରିବା ବେଳେ ସରକାରଙ୍କ ନିଦ୍ରେ୍‌ଦଶରେ ପୋଲିସ ବିଜେଡି ନେତା ଓ କର୍ମୀଙ୍କୁ ବର୍ବରୋଚିତ ଆକ୍ରମଣ କଲେ । ଆଜି ଭୁବନେଶ୍ୱର ବିଜୁ ଜନତା ଦଳ ତରଫରୁ ସରକାରଙ୍କୁ ସଦ୍ୱୁଦ୍ଧି ମିଳିବା ଉଦେ୍‌ଦଶ୍ୟରେ ଏହି ଅଭିନବ ପ୍ରତିବାଦ କରାଯାଇଥିଲା ।

ଜିଲ୍ଲା ସଭାପତି ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ପ୍ରତିବାଦ ସଭାରେ ଦେବୀ ପ୍ରସାଦ ମିଶ୍ର, ସଞ୍ଜୟ କୁମାର ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ, ପ୍ରତାପ ଜେନା, ଡ. ଅମର ପଟ୍ଟନାୟକ, ଟୁକୁନି ସାହୁ, ପ୍ରଦୀପ ଅମାତ, ପ୍ରଣବ ବଳବନ୍ତରାୟ, ପ୍ରଦୀପ ମାଝୀ, ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ମିଡିଆ ସଂଯୋଜକ ଡ଼ ପ୍ରିୟବ୍ରତ ମାଝୀ, ଭୃଗୁ ବକ୍ସିପାତ୍ର, ଲୋପାମୁଦ୍ରା ବକ୍ସିପାତ୍ର, ବିଜୟ ନାୟକ, ଶର୍ମିଷ୍ଠା ସେଠୀ, ଡ଼ ଲେଖାଶ୍ରୀ ସାମନ୍ତସିଂହାର, ରାଜଶ୍ରୀ ମଲ୍ଲିକ, ଧୃତିରଞ୍ଜନ ମାର୍ଥା, ରଶ୍ମୀ ରଞ୍ଜନ ଦାସ, ଇପ୍ସୀତା ସାହୁ, ସୋଫିଆ ଆଲମ, ବିଜୟକେତନ ସାହୁ, ଦୀପକ ସାହୁ, ଦୀପକ ମହାପାତ୍ର, ସ୍ୱୟଂସାର୍ଥକ ରାୟ, ନୀଲ୍ମାଧବ ମହାନ୍ତି, ପୃଥ୍ୱୀରାଜ ପଣ୍ଡା, ମହୀକ୍ଷିତା ମିଶ୍ର, ଲଗ୍ନାଦୀପ୍ ମିଶ୍ର, ମଧୁ ପରିଡ଼ା, ସୋନାଲି ପ୍ରିୟଦର୍ଶିନୀ, ରକି ଦାସ, ଶେଖ୍ ନିଜାମୁଦ୍ଦିନ, ରଞ୍ଜିତ ମହାପାତ୍ର, ଶିବ ପ୍ରସାଦ ବେହେରା, ଅଶ୍ୱିନୀ ସୁନ୍ଦରାୟ, ମୁଜାହିଦ୍ ହୁସେନ, ଦାଶରଥୀ ଗରାବଡୁ, ରାଜେଶ ପାତ୍ର, ପ୍ରତାପ ରାଉତ, ସନ୍ତୋଷ କୁମାର ନାଥ, ନିର୍ମଳ ରାଉତ, କର୍ପୋରେଟର ମିହିର କୁମାର ରାଉତ, ମୋନାଲିସା ବେହେରା, ମିନୁଶ୍ରୀ ଖୁଣ୍ଟିଆ, ମୋନାଲିସା ସାହୁ, ସବ୍ୟସାଚୀ ସାହୁ, ସେକ୍ ନୁର୍ ହାସ, ଜୟନ୍ତୀ ସାହୁ, ଇତିଶ୍ରୀ ଦାସ, ପିଙ୍କି ସ୍ୱାଇଁ, ଅଚ୍ୟୁତ ସ୍ୱାଇଁ, ଭୋଳାନାଥ ମହାରଣା, ବିପ୍ଳବ ବେହେରା, ପ୍ରେମାନନ୍ଦ ଜେନା, ପୂଜା ବେହେରା, ମଞ୍ଜୁଲତା କହଁର, ମାନସୀ ରାଣୀ ସୁନ୍ଦରାୟ, ଶୁଭ୍ରାଂଶୁ ପଟ୍ଟନାୟକ, ପ୍ରସନ୍ନ ସାହୁ, ଶ୍ରୀଧର ବରାଳ, ସୁବ୍ରତ ଦାସ, କଞ୍ଜେଷ୍ଟର ଜେନା, ସୁସ୍ମିତା ଦାସ, ସୌଭାଗ୍ୟ ବାରିକ, ବାସନ୍ତୀ ସିଂ, ଝୁନାରାଣୀ ଦେଇ, ହେମନ୍ତ ପରିଡ଼ା, ଦେବରାଜ ଭୋଇ, ପ୍ରତାପ ରାଉତରାୟ, ମାନସ ଦାସ, ଭରତ ଲେଙ୍କା, ପୁଷ୍ପାଞ୍ଜଳି ସେଠୀ, ରଂଜୁଲତା ରାୟ, ସମିତା ମହାନ୍ତି, ରାଜକିଶୋର ଦାସ, ସ୍ମୃତିଶୀଖା ବରିଶାଳ, ପଦ୍ମଜା ଜେନା, ଅଂଜଳୀ ମଲ୍ଲିକ, ପୁଷ୍ପା ରାଉତ, ହେମନ୍ତ ପ୍ରଧାନ, ପ୍ରସନ୍ନ ପରିଡା ଓ ପରଖତ୍ ଉଲ୍ଲା ପ୍ରମୁଖ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande