ବିଧାୟକ, ସାଂସଦଙ୍କ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ
ଖୋର୍ଦ୍ଧା, ୧୮ ଜୁଲାଇ (ହି.ସ.)- ଖୋର୍ଦ୍ଧା ଶ୍ରୀରାମ ନଗର ସ୍ଥିତ ବିଧାୟକଙ୍କ ଅଭିଯୋଗ ପ୍ରକୋଷ୍ଠରେ ବିଧାୟକ ପ୍ରଶାନ୍ତ ଜଗଦେବ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ମିଳିତ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଖୋର୍ଦ୍ଧା ନିର୍ବାଚନୀ ମଣ୍ଡଳି ଅନ୍ତର୍ଗତ ଖୋର୍ଦ୍ଧା, ଟାଙ୍ଗୀ ବ୍ଲକ, ବେଗୁନି
ଅଭିଯୋଗ


ଖୋର୍ଦ୍ଧା, ୧୮ ଜୁଲାଇ (ହି.ସ.)- ଖୋର୍ଦ୍ଧା ଶ୍ରୀରାମ ନଗର ସ୍ଥିତ ବିଧାୟକଙ୍କ ଅଭିଯୋଗ ପ୍ରକୋଷ୍ଠରେ ବିଧାୟକ ପ୍ରଶାନ୍ତ ଜଗଦେବ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ମିଳିତ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଖୋର୍ଦ୍ଧା ନିର୍ବାଚନୀ ମଣ୍ଡଳି ଅନ୍ତର୍ଗତ ଖୋର୍ଦ୍ଧା, ଟାଙ୍ଗୀ ବ୍ଲକ, ବେଗୁନିଆ ବ୍ଲକ ଏବଂ ଖୋର୍ଦ୍ଧା ପୌରାଞ୍ଚଳରୁ ୨୫୦ରୁ ଉର୍ଦ୍ଧ୍ଵ ଅଭିଯୋଗ ଶୁଣାଣୀ କରିଥିଲେ। ପୂର୍ବାହ୍ନ ୧୧ଟା ଠାରୁ ଅପରାହ୍ନ ସାଢେ ଗୋଟିଏ ପର୍ଯ୍ଯନ୍ତ ଅଭିଯୋଗ ଶୁଣାଣୀ ଚାଲିଥିଲା। ସେଥିରୁ ୫୦ଟି ସମୂହ ଓ ୨୦୦ଟି ବ୍ଯକ୍ତିଗତ ସମସ୍ଯା ରହିଥିଲା। ସାଂସଦ ଓ ବିଧାୟକ ଅଭିଯୋଗକାରୀଙ୍କ ଅଭିଯୋଗ ଶୁଣାଣୀ କରି ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଉପ ଜିଲ୍ଲାପାଳ କିଶୋର ଚନ୍ଦ୍ର ପଣ୍ଡା, ବିଡିଓ କ୍ଷିରାବ୍ଧି ତନୟା ସାହୁ, ତହସିଲଦାର ବିଭାସ ପାଣିଗ୍ରାହୀ, ପୌର ନିର୍ବାହୀ ଅଧିକାରୀ ରିଜୱାନା କଅକବଙ୍କ ସମେତ ଅନ୍ଯ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande