,
ପଟ୍ଟାମୁଣ୍ଡାଇ ୧୮ ଜୁଲାଇ (ହି.ସ.)- ପ୍ରତି ବର୍ଷ ପରି ଚଳିତ ବର୍ଷ ସମଗ୍ର ଦେଶରେ ଜୁଲାଇ ମାସ ର ପ୍ରଥମ ସପ୍ତାହ ରେ ବନ ମହୋତ୍ସବ ପାଳନ ହୋଇଥାଏ।ଏହି କ୍ରମ ରେ ଆମ ପଟ୍ଟାମୁଣ୍ଡାଇ ଅଂଚଳ ର ଖ୍ୟାତି ସମ୍ପର୍ଣ୍ଣ ଶିକ୍ଷା ଅନୁଷ୍ଠାନ ମନ୍ମଥନାଥ ଉଚ୍ଚ ବିଦ୍ୟାଳୟ ରେ ୭୬ତମ ବନ ମହୋତ୍ସବ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ଅଶୋକ କୁମାର ରାଉତରାୟ ଙ୍କ ମାର୍ଗଦର୍ଶନ ରେ ଇ କୋ କ୍ଲବ ତରଫରୁ ଇ କୋ କ୍ଲବ ଶିକ୍ଷକ ତାପସ କୁମାର ବେହେରା ଙ୍କ ପରିଚାଳନା ରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡା ଜିଲ୍ଲାର ଇ କୋ କ୍ଲବ ସଂଯୋଜକ ଶ୍ରୀ ଗୋପୀନାଥ ଦାସ, ମୁଖ୍ୟ ବକ୍ତା ଭାବେ ବିଦ୍ୟାଳୟ ପରିଚାଳନା ସମିତି ର ସଭାପତି ଶ୍ରୀ ତପନ କୁମାର ଦାସ, ସଂମାନିତ ଅତିଥି ଭାବେ ପଟ୍ଟାମୁଣ୍ଡାଇ ବିକାଶ ପରିଷଦ ର ସମ୍ପାଦକ ଶ୍ରୀ ଗୋପୀନାଥ ତ୍ରିପାଠୀ ମହୋଦୟ ଯୋଗ ଦେଇ ପରିବେଶ ସନ୍ତୁଳନ ପାଇଁ ବୃକ୍ଷ ରୋପଣ ର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ। ଜସ୍ୱସୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ଦାମୋଦର ଦାସ ମୋଦି ଙ୍କ ଆହ୍ୱାନ କୁ ଗ୍ରହଣ କରି ଏକ ପେଡ ମା କେ ନାମ ୨.୦ କୁ ସଫଳ କରିବା ପାଇଁ ବିଦ୍ୟାଳୟ ର ଏନ ସି ସି କାଡେଟ୍ସ, ସ୍କାଉଟ ଗାଇଡ଼, ଇ କୋ କ୍ଲବ, ଏନର୍ଜୀ କ୍ଲବ ର ଛତ୍ର ଛାତ୍ରୀ ମାନେ ଅନୁପ୍ରେରିତ ହୋଇ ବିଦ୍ୟାଳୟ ପ୍ରାଙ୍ଗଣରେ ବୃକ୍ଷ ରୋପଣ କରିଥିଲେ।ଏହି ବନ ମହୋତ୍ସବ ଉଦେଶ୍ୟ ରେ ହୋଇ ଥିବା ଡ୍ରଇଂ ଓ ବକ୍ତୃତା ପ୍ରତି ଯୋଗୀତରେ କୃତୀ ପ୍ରତିଯୋଗୀ ଙ୍କୁ ମାନପତ୍ର ଓ ପୁରସ୍କାର ଦିଆ ଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ଅଶୋକ କୁମାର ଦାସ ସ୍ୱାଗତ ଭାଷଣ , କାର୍ଯ୍ୟକ୍ରମ ର ସଂଯୋଜନା ଓ ଅତିଥି ପରିଚୟ ବିଦ୍ୟାଳୟ ର ଏନ ସି ସି ଶିକ୍ଷକ ସରୋଜ କୁମାର ସ୍ୱାଇଁ ଓ ସାଂସ୍କୃତିକ ସଂଯୋଜିକା ଅନିତା ଧଳ , ଖେଳ ଶିକ୍ଷକ ଶଶାଙ୍କ ଶେଖର ସାହୁ ଓ ୟୁ ଥ ଆଣ୍ଡ ଇ କୋ କ୍ଲବ ଶିକ୍ଷକ ଅନିଲ କୁମାର ଦାସ କାର୍ଯ୍ୟକ୍ରମ ର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ବ ୍ୱୃକ୍ଷ ରୋପଣ ପାଇଁ ପିଲାମାନଙ୍କୁ ଉତ୍ସାହିତ କରିଥିଲେ। ବିଦ୍ୟାଳୟ ର ବରିଷ୍ଠ ଶିକ୍ଷୟତ୍ରୀ ସ୍ୱର୍ଣମୟୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ଓ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ତଥା ସୁଜୟ କୁମାର ରାଉତରାୟ, ଗୋମତି ସ୍ୱାଇଁ, ଜ୍ୟୋତିଲଷ୍ମୀ ବେହେରା, ରଶ୍ମିତା ତରାଇ, ମାନସୀ ମହାନ୍ତି, ତପଶ୍ୱନୀ ମଲ୍ଲିକ, ଶ୍ରୀକାନ୍ତ ମଲ୍ଲିକ, ବିନୋଦ ନାଥ, ସ୍ମିତାପ୍ରଜ୍ଞା ରାଉତ, ଗାୟତ୍ରୀ ସାହୁ, ଶିବ ଶଙ୍କର ବେହେରା ଓ ହରିହର ବାରିକ ପ୍ରଭୁତି ସହଯୋଗ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସୁଧାଂଶୁ