ଜୟପୁର, ୧୮ ଜୁଲାଇ (ହି.ସ.)- ଜୟପୁର ସଦର ଥାନା ଅନ୍ତର୍ଗତ ଭଟ୍ଟାଛିଞ୍ଚି ଗ୍ରାମ ସ୍ଥିତ ୩୨୬ ନଂ ଜାତୀୟ ରାଜପଥ ଢ଼ାବା ସମ୍ମୁଖରେ ଅଟୋ ଏବଂ ବୋଲେରୋ ଆଜି ମୁହାଁମୁହିଁ ଧକ୍କା ହେବା ଫଳରେ ଭାରସାମ୍ୟ ହରାଇ ବୋଲେର୍ ଟି ୧୫ ଫୁଟ୍ ଦୂରରେ ଏକ ବିଲ ନିକଟକୁ ଚାଲିଯାଇଛି I
ସୂଚନା ମୁତାବକ, ବୋଲେରୋଟି ମାଲକାନଗିରି ପୋଲିସ ଅଧିନରେ ରହିଥିବା ବେଳେ, ଯାହାର ନଂ ଓଡି ୦୫ ବି ୱାଈ ୧୧୭୮ ଭୁବନେଶ୍ୱରରୁ ମାଲକାନଗିରି ଏକ ଆସାମୀକୁ ନେଇ ଫେରୁଥିବା ବେଳେ ପୋଲିସ ର ବୋଲେରୋ, ବୈପାରିଗୁଡା ପଟୁ ଅଟୋ ତିନି ଜଣ ମହିଳାଙ୍କୁ ନେଇ ଜୟପୁର ବ୍ଲକ୍ କାର୍ଯ୍ୟାଳୟ ଯାଉଥିବା ସମୟରେ ମୁହାଁମୁହିଁ ଦୁର୍ଘଟଣା ହୋଇଛି । ଦୁର୍ଘଟଣାରେ ତିନି ଜଣ ମହିଳା ଆହତ ହୋଇଥିବା ବେଳେ ତନ୍ମଧ୍ୟରୁ ଜଣେ ମହିଳା ଗୁରୁତର ହୋଇଥିବା ଜଣାପଡିଛି I
ଆହତ ମହିଳା ମାନଙ୍କୁ ସ୍ଥାନୀୟ ଲୋକେ ଏକ ବୋଲେରୋ ଯୋଗେ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅଟୋ ନଂ ହେଉଛି (ଓଡି ୧୦ ଜି ୪୨୮୦)। ଆହତ ମହିଳା ମାନେ ହେଲେ ଭାରତୀ ରାୟ, ରେଣୁକା ପାଇକ ଓ ଝିଅ ସୋନାଲି ପାଇକ ବୈପାରିଗୁଡା ବ୍ଲକ୍ ଦଶମନ୍ତପୁର ଗ୍ରାମର ବୋଲି ଜଣାପଡ଼ିଛି। ଜୟପୁର ସଦର ପୋଲିସ ସୂଚନା ପାଇ ସଦର ଥାନା ଅଧିକାରୀ ସଚିନ୍ଦ୍ର ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି I
ହିନ୍ଦୁସ୍ଥାନ ସମାଚାର / ପିକେପି