କେନ୍ଦୁଝର, 18 ଜୁଲାଇ (ହି.ସ.)କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ୍ ଅନ୍ତର୍ଗତ ଦାନ୍ତିଆ ଗ୍ରାମଠାରେ ବିଜେପି କୃଷକ ମୋର୍ଚ୍ଚା ଆନୁକୂଲ୍ୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ଚାରା ରୋପଣ କରି ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଛନ୍ତି । ମା ପାଇଁ ଗଛଟିଏ କାର୍ଯ୍ୟକ୍ରମରେ ଧର୍ମ ଜାଗରଣ ଘଷିପୁରା ଖଣ୍ଡ, ବିଜେପି କୃଷକ ମୋର୍ଚ୍ଚାର ଶତାଧିକ କର୍ମୀ ଯୋଗଦେଇ ଚାରା ରୋପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA