ଚମ୍ପୁଆ ୧୮ ଜୁଲାଇ (ହି.ସ.) -ଚମ୍ପୁଆ ଉପଖଣ୍ଡ ବାରିଆ ଥାନା ଅନ୍ତର୍ଗତ ଭଣ୍ଡା ବାସୁଦେବପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତକ ମୟୁରଭଞ୍ଜ ଜିଲ୍ଲା ଘାଗରବେଡ଼ା ଥାନା ଅନ୍ତର୍ଗତ ଅଙ୍ଗାରପଦା ପଂଚାୟତ ବାଉଁଶପୁର ଗ୍ରାମର ରଈବୁ ମୁଣ୍ଡାଙ୍କ ସ୍ତ୍ରୀ ପ୍ରମିଳା ମୁଣ୍ଡା (୪୦) । ମିଳିଥିବା ସୂଚନା ଅନୁସାରେ ପ୍ରମିଳା ନିଜ ବାପ ଘର ଭଣ୍ଡା ବାସୁଦେବପୁର ଗ୍ରାମକୁ ଆସିଥିଲେ । ଗତ ରାତିରେ ଶୋଇଥିବା ଅବସ୍ଥାରେ ତାଙ୍କୁ ଏକ ବିଷାକ୍ତ ସାପ କାମୁଡ଼ିବାରୁ ଗୁରୁତର ଅବସ୍ଥାରେ ତାଙ୍କୁ ଭଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା । ହେଲେ ସେତେବେଳକୁ ତାଙ୍କର ମୃତ୍ୟୁ ଘଟି ସାରିଥିଲା । ଖବର ପାଇ ବାରିଆ ପୁଲିସ୍ ଭଣ୍ଡା ଡ଼ାକ୍ତରଖାନାରେ ପହଂଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।
---------------
---------------
ହିନ୍ଦୁସ୍ଥାନ ସମାଚାର / Trinath Mahanta