ଗାନ୍ଧୀ ପ୍ରତିମୂର୍ତି ସମ୍ମୁଖରେ ବିଜେଡ଼ି ପକ୍ଷରୁ କଳା ପଟି ଧାରଣ କରି ପ୍ରତିବାଦ
ଭଦ୍ରକ, ୧୮ ଜୁଲାଇ(ହି.ସ.) – ଆଜି ଭୁବନେଶ୍ୱର ମହାତ୍ମାଗାନ୍ଧୀ ପାର୍କରେ ବାଲେଶ୍ୱର ଜିଲ୍ଲା ଫକିର ମୋହନ ବିଶ୍ୱବିଦ୍ୟାଳୟ ଛାତ୍ରୀ ଆତ୍ମ ଆହୁତି ଓ ମୃତ୍ୟୁ ଘଟଣା ବିଚାର ବିଭାଗୀୟ ତଦନ୍ତ ଦାବି କରି ବିଜୁ ଜନତା ଦଳ ପକ୍ଷରୁ କଳା ପଟି ଧାରଣ କରି ପ୍ରତିବାଦ କରିଥିବା ବେଳେ ବିଜୁ ଜନତା ଦଳର ରାଜ୍ୟ ସ୍ତରୀୟ ନେ
DHARANA AT GANDI STATUE BHUBANESWAR


ଭଦ୍ରକ, ୧୮ ଜୁଲାଇ(ହି.ସ.) – ଆଜି ଭୁବନେଶ୍ୱର ମହାତ୍ମାଗାନ୍ଧୀ ପାର୍କରେ ବାଲେଶ୍ୱର ଜିଲ୍ଲା ଫକିର ମୋହନ ବିଶ୍ୱବିଦ୍ୟାଳୟ ଛାତ୍ରୀ ଆତ୍ମ ଆହୁତି ଓ ମୃତ୍ୟୁ ଘଟଣା ବିଚାର ବିଭାଗୀୟ ତଦନ୍ତ ଦାବି କରି ବିଜୁ ଜନତା ଦଳ ପକ୍ଷରୁ କଳା ପଟି ଧାରଣ କରି ପ୍ରତିବାଦ କରିଥିବା ବେଳେ ବିଜୁ ଜନତା ଦଳର ରାଜ୍ୟ ସ୍ତରୀୟ ନେତୃମଣ୍ଡଳୀ ଓ ବରିଷ୍ଠ ନେତୃତ ଉପସ୍ଥିତ ଥିଲେ ବିଚାର ବିଭାଗୀୟ ତଦନ୍ତ ଓ ପ୍ରକୃତି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନହେବା ଯାଏଁ ବିଜୁ ଜନତା ଦଳର ଏ ଲଢ଼େଇ ଚାଲିବ ଆଗାମୀ ଦିନରେ ଏ ଆନ୍ଦୋଳନ ପ୍ରତିବାଦ ବିକ୍ଷୋଭ ଉଗ୍ରରୂପ ନେବା ସହିତ ଓଡ଼ିଶାର ପ୍ରତ୍ୟେକ ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିବ ବିଜେଡି ବୋଲି ମତପ୍ରକାଶ କରିଛନ୍ତି ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ତଥା ଭଣ୍ଡାରିପୋଖରୀ ବିଧାୟକ ସଂଜୀବ୍ କୁମାର ମଲ୍ଲିକ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ଓ ବରିଷ୍ଠ ନେତୃବୃନ୍ଦ ସାମିଲ ଥିଲେ।

ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande