ସମ୍ବଲପୁର, ୧୮ ଜୁଲାଇ (ହି.ସ.) ଆଜି ଦକ୍ଷତା ବିକାଶ ଓ ପ୍ରଯୁକ୍ତି ଶିକ୍ଷା ବିଭାଗର କମିଶନର-କମ୍-ସଚିବ ଭୁପେନ୍ଦ୍ର ସିଂହ ପୁନିଆ ସମ୍ବଲପୁର ଜିଲ୍ଲାର ବିଭିନ୍ନ ଦକ୍ଷତା ବିକାଶ କେନ୍ଦ୍ର ଓ ପ୍ରଶିକ୍ଷଣ ସଂସ୍ଥା ଗୁଡ଼ିକୁ ପରିଦର୍ଶନ କରିବା ସହ ବିଭିନ୍ନ କାର୍ଯ୍୍ୟର ସମୀକ୍ଷା କରିଛନ୍ତି।
ପରିଦର୍ଶନ କ୍ରମରେ ସେ ବ୍ଲାକ୍ ପ୍ରାନ୍ତର ଗାର୍ଡ ଏଣ୍ଡ ସର୍ଭିସ୍ ଓଏସଡିଏ ଅନ୍ତର୍ଗତ, ଗୋଶାଳା ସ୍ଥିତ ସହି ଏକ୍ସପୋର୍ଟ ପ୍ରାଇଭେଟ୍ ଲିମିଟେଡ, ଭିସୁଟ୍ ବୁର୍ଲା ଓ ରସୁଲପୁର ସ୍ଥିତ ସରକାରୀ ଆଇଟିଆଇ ସହିତ ସ୍କିଲ୍ କୋନ୍ନେକ୍ଟ ଏଲ୍ଏଲପିରେ ଚାଲିଥିବା ଦକ୍ଷତା ପ୍ରଶିକ୍ଷଣ କେନ୍ଦ୍ରଗୁଡ଼ିକୁ ପରିଦର୍ଶନ କରିଥିଲେ । ଏଥିସହ ପ୍ରଶିକ୍ଷଣ ର ପରିଚାଳନା ଓ ପ୍ରଭାବ ଉପରେ ମଧ୍ୟ ଅବଲୋକନ କରିଥିଲେ।
ଏହି ଅବସରରେ ଶ୍ରୀ ପୁନିଆ ପ୍ରଶିକ୍ଷଣାର୍ଥୀ, ଶିକ୍ଷକମାନଙ୍କ ସହ ସାକ୍ଷାତକାର କରି ତାଙ୍କର ଅନୁଭୂତି ଓ ସମସ୍ୟା ବିଷୟରେ ପଚାରି ବୁଝିଥିଲେ। ସେ ଶିକ୍ଷା ଓ ପ୍ରଶିକ୍ଷଣର ଗୁଣବତ୍ତା ବୃଦ୍ଧି, ଅନୁଶାସନ, ନିୟମିତ ମନିଟରିଂ ଓ ଅନୁଶୀଳନ ଉପରେ ଜୋର୍ ଦେଇ ଉଚିତ ଦିଗନିର୍ଦ୍ଦେଶ ପ୍ରଦାନ କରିଥିଲେ। ଏହି ପରିଦର୍ଶନ ରାଜ୍ୟ ସରକାରଙ୍କ ଯୁବ ଶକ୍ତିଙ୍କୁ ଦକ୍ଷତା ସଜାଗ କରିବା ଉଦ୍ୟମରେ ଗୁରୁତ୍ୱପୂର୍ଣ୍ଣ ଉଦ୍ୟମ ବୋଲି କୁହାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ