୭ମ ଜିଲ୍ଲା ପରିଷଦ ବୈଠକ ଓ ଦିଶା କମିଟି ବୈଠକରେ ଯୋଗ ଦେଲେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ
ଭୁବନେଶ୍ୱର, 18 ଜୁଲାଇ (ହି.ସ.) ଗଞ୍ଜାମର ରୁଷିକୁଲ୍ୟା ସମ୍ମିଳନୀ ହଲରେ ଅନୁଷ୍ଠିତ ୭ମ ଜିଲ୍ଲା ପରିଷଦ ବୈଠକ ଓ ଦିଶା କମିଟି ବୈଠକରେ ମତ୍ସ୍ୟ ପଶୁପାଳନ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗ ଦେଇଛନ୍ତି । ବୈଠକରେ ଗ୍ରାମୀଣ ଅଞ୍ଚଳର ଶିକ୍ଷା, ସ୍ୱାସ୍ଥ୍ୟ ଓ କୃଷି କ୍ଷେତ୍ରରେ ଉନ୍ନତି ପାଇଁ ବିଭିନ୍ନ ଯୋ
୭ମ ଜିଲ୍ଲା ପରିଷଦ ବୈଠକ ଓ ଦିଶା କମିଟି ବୈଠକରେ ଯୋଗ ଦେଲେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ


ଭୁବନେଶ୍ୱର, 18 ଜୁଲାଇ (ହି.ସ.) ଗଞ୍ଜାମର ରୁଷିକୁଲ୍ୟା ସମ୍ମିଳନୀ ହଲରେ ଅନୁଷ୍ଠିତ ୭ମ ଜିଲ୍ଲା ପରିଷଦ ବୈଠକ ଓ ଦିଶା କମିଟି ବୈଠକରେ ମତ୍ସ୍ୟ ପଶୁପାଳନ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗ ଦେଇଛନ୍ତି ।

ବୈଠକରେ ଗ୍ରାମୀଣ ଅଞ୍ଚଳର ଶିକ୍ଷା, ସ୍ୱାସ୍ଥ୍ୟ ଓ କୃଷି କ୍ଷେତ୍ରରେ ଉନ୍ନତି ପାଇଁ ବିଭିନ୍ନ ଯୋଜନା ଓ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା । ଗଞ୍ଜାମର ସର୍ବାଙ୍ଗିନ ବିକାଶ ପାଇଁ ସରକାରୀ ଯୋଜନାଗୁଡ଼ିକର ସଠିକ ରୂପାୟନ ଓ ନିରୀକ୍ଷଣ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହା ସହ ସ୍ଥାନୀୟ ଜନସାଧାରଣଙ୍କ ସମସ୍ୟା ଓ ଆବଶ୍ୟକତାକୁ ପୂରଣ କରିବା ପାଇଁ ଆମ ସରକାରଙ୍କ ପ୍ରତିବଦ୍ଧତା ଉପରେ ମନ୍ତ୍ରୀ ଶ୍ରୀ ମଲ୍ଲିକ ଆଲୋକପାତ କରିଛନ୍ତି । ଏହି ବୈଠକ ଜିଲ୍ଲାର ଉନ୍ନୟନମୂଳକ କାର୍ଯ୍ୟକୁ ଆହୁରି ଗତିଶୀଳ କରିବା ପାଇଁ ଏକ ସୁଦୃଢ ପ୍ରୟାସ ବୋଲି ସେ କହିଛନ୍ତି ।

ବୈଠକରେ ଆସ୍କା ସାଂସଦ ଶ୍ରୀମତୀ ଅନୀତା ଶୁଭଦର୍ଶିନୀ , ବିଭିନ୍ନ ଭିବାଗୀୟ କତ୍ତୃପକ୍ଷ ଏବଂ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷଙ୍କ ସହ ଯୋଗ ଦେଇ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande