ଗଞ୍ଜାମ, ୧୮ ଜୁଲାଇ (ହି.ସ.)- ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଓଡିଶା ସରକାରଙ୍କ ପତ୍ର ସଂଖ୍ୟା ୧୨୩୩୧ ତା ୧୬.୦୭.୨୫ ରିଖ ଅନୁଯାୟୀ ଆସନ୍ତା ଖରିଫ୍ ବିପଣନ ବର୍ଷ ୨୦୨୫ -୨୬ ନିମନ୍ତେ ଚାଷୀ ପଞ୍ଜିକରଣ ପ୍ରକ୍ରିୟା ତା ୧୯.୦୭.୨୫ ରିଖ ଆରମ୍ଭ ହୋଇ ତା .୨୦. ୦୮ .୨୦୨୫ ରିଖ ପର୍ଯ୍ୟନ୍ତ ଚାଲୁ ରହିବ । ଏଥି ନିମନ୍ତେ ସମସ୍ତ ଚାଷୀ ଭାଇ ଓ ଭଉଣୀ ମାନଙ୍କୁ ଜଣାଇ ଦଗିଆଯାଉଅଛି କି, ଚଳିତ ବର୍ଷ ଚାଷୀ ପଞ୍ଜିକରଣ ସମ୍ପୂର୍ଣ୍ଣ ନୂତନ ଭାବରେ କରାଯିବ ଏବଂ ପୂର୍ବ ବର୍ଷର ନବୀକରଣ କରାଯିବ ନାହିଁ । ଏହି ପ୍ରକ୍ରିୟାରେ ଚାଷୀ ଭାଇ ଓ ଭଉଣୀ ମାନଙ୍କର ଇ-କେଓ୍ବାଇସି ( e-KYC) ଏବଂ ବ୍ୟାଙ୍କ ଖାତା ସହିତ ଆଧାର ସଂଯୋଗୀକରଣ ବାଧ୍ୟତାମୂଳକ ଅଟେ । ତେଣୁ ସମସ୍ତ ଚାଷୀ ଭାଇ ଓ ଭଉଣୀ ମାନେ ନିର୍ଦ୍ଧାରିତ ସମୟ ଅବଧି ମଧ୍ୟରେ ଇ-କେଓ୍ବାଇସି ( e-KYC) ଏବଂ ବ୍ୟାଙ୍କ ଖାତା ସହିତ ଆଧାର ସଂଯୋଗୀକରଣ କରି ଚାଷୀ ପଞ୍ଜିକରଣ କରାଇ ନେବାକୁ ମୁଖ୍ୟ ଜିଲ୍ଲା ଯୋଗାଣ ଅଧିକାରୀ, ଗଞ୍ଜାମ ଜଣାଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ