ଜୟପୁର, 18 ଜୁଲାଇ (ହି.ସ.)
ଜୟପୁର ପୌରପାଳିକା ପକ୍ଷରୁ ସ୍ଥାନୀୟ ପାରାବେଡା ଛୋଟାଗୁଡା ଠାରେ ସଫେଇ ଆପନାଓ ବିମାରି ଭଗାଓ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଏ.ସସ୍ୟାରେଡ୍ଡୀ, ଅତିରିକ୍ତ ପୌରକାର୍ଯ୍ୟନିର୍ବାହୀ ଅଧିକାରୀ ପୂଜା ରାଉତ, ସିଡିପିଓ କାଞ୍ଚନ ପଣ୍ତା, ଏବିଓ ଚନ୍ଦନା ନାୟକ ପ୍ରମୁଖ ଉପସ୍ଥିତ ରହି ଅଳିଆ ଅବର୍ଜନା ଗୁଡିକ ପୌରପାଳିକାର ଅଳିଆ ଗାଡିରେ ପକାଇବା ପାଇଁ ଲୋକଙ୍କୁ ଅନୁରୋଧ କରିବା ସହ ସାହିରେ ରହୁଥିବା ଛୋଟ ପିଲାଙ୍କୁ ଖାଇବା ପୂର୍ବରୁ ହାତ ଧୋଇବା ଓ ସୌଚ ପୂର୍ବରୁ ହାତ ଧୋଇବା ବିଷୟରେ ଅବଗତ କରାଯାଇଥିଲା। ପରେ ପଥପ୍ରାନ୍ତ ନାଟକ ମାଧ୍ୟମରେ ଲୋକଙ୍କୁ ପରିମଳ ବ୍ୟବସ୍ଥା ବିଷୟରେ ସଚେତନ କରାଯାଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି