ପଟ୍ଟାମୁଣ୍ଡାଇ , 18 ଜୁଲାଇ (ହି.ସ.)ଭାରତ ର ଯଶସ୍ବୀ ପ୍ରଧାନମନ୍ତ୍ରୀ ମୋଦିଜୀ ଙ୍କ ଆହ୍ୱାନ କ୍ରମେ ସାରା ଭାରତରେ ପରିବେଶ ସନ୍ତୁଳନ ରେ ସହାୟକ ହେବାକୁ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଆଗେଇ ଚାଲିଛି l ଏହି ପରିପ୍ରେକ୍ଷୀରେ ଆଜି କେନ୍ଦ୍ରାପଡ଼ା ବିଜେପି ପକ୍ଷରୁ ମା ଛୁଆଳିଆ ଶକ୍ତିପୀଠ ରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ ସାହୁ ମୁଖ୍ୟ ଅତିଥି ରୂପେ ଯୋଗ ଦେବା ସହ ଉପ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସମ୍ପାଦକ ବିକ୍ରମ ରାଉତରାୟ ସମ୍ମାନିତ ଅତିଥିଭାବେ ଯୋଗଦେଇ ବୃକ୍ଷ ରୋପଣ କରିବା ସହିତ ସଭାକୁ ସମ୍ବୋଧିତ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ରାଜ୍ୟ କୃଷକ ମୋର୍ଚ୍ଚା ସଂଯୋଜକ ସୁରଥ ସେଠି, ରାଜ୍ୟ କୃଷକ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ରାଜକିଶୋର ସାହୁ,ଦଳିତ ମୋର୍ଚ୍ଚା ନେତା ରତ୍ନାକର ସେଠୀ (ଟିଟନ ) 16 ଜୋନ ସଭାପତି ଜଗନ୍ନାଥ ପଣ୍ଡା, ନୀଳକଣ୍ଠ ମିଶ୍ର,ହୃଷିକେଶ ସେଠୀ, ମଳୟ ସେନାପତି,ଶିବାନନ୍ଦ ସେନାପତି, ପାଣ୍ଡବ ସେଠୀ,ରମାରଞ୍ଜନ ପରିଡା,ପ୍ରଶାନ୍ତ ସେଠି, ମାଳତୀ ନାୟକ,ସୁବ୍ରତ ଦାସ,ପଦ୍ମନାଭ ସେନାପତି,ଡଲି ପରିଡା,ଶାନ୍ତି ପ୍ରଧାନ,ସୁରେନ୍ଦ୍ର ପରିଡା, ସୁଶାନ୍ତ ସାମଲ,ସୁଶାନ୍ତ ମଲିକ,ଗିରିଜା ମଲିକ ଯୋଗଦେଇଥିଲେ l ଶେଷରେ ସୁଧାଂଶୁ ଜେନା ଧନ୍ୟବାଦ ଅର୍ପଣ କରିଥିଲେ l
---------------
ହିନ୍ଦୁସ୍ଥାନ ସମାଚାର / ସୁଧାଂଶୁ