ମ୍ୟାଲେରିଆର ପାଇଁ ଆରଏମଆରସି ଦ୍ୱାରା ଟୀକା ଉଦଭାବନ ପରେ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଲେ ସ୍ୱାସ୍ଥ୍ୟ ମନ୍ତ୍ରୀ
ଭୁବନେଶ୍ୱର, 18 ଜୁଲାଇ (ହି.ସ.) ମ୍ୟାଲେରିଆର ପାଇଁ ଆରଏମଆରସି ଦ୍ୱାରା ଟୀକା ଉଦଭାବନ ପରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ବୈଜ୍ଞାନିକ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ସୋସିଆଲ ମିଡିଆରେ ଲେଖିଛନ୍ତି, ମ୍ୟାଲେରିଆର ମୂଳୋତ୍ପାଟନ ପାଇଁ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ମେଡିକାଲ ଗବେଷଣା କେ
ମ୍ୟାଲେରିଆର ପାଇଁ ଆରଏମଆରସି ଦ୍ୱାରା ଟୀକା ଉଦଭାବନ ପରେ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଲେ ସ୍ୱାସ୍ଥ୍ୟ ମନ୍ତ୍ରୀ


ଭୁବନେଶ୍ୱର, 18 ଜୁଲାଇ (ହି.ସ.) ମ୍ୟାଲେରିଆର ପାଇଁ ଆରଏମଆରସି ଦ୍ୱାରା ଟୀକା ଉଦଭାବନ ପରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ବୈଜ୍ଞାନିକ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ସେ ସୋସିଆଲ ମିଡିଆରେ ଲେଖିଛନ୍ତି, ମ୍ୟାଲେରିଆର ମୂଳୋତ୍ପାଟନ ପାଇଁ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ମେଡିକାଲ ଗବେଷଣା କେନ୍ଦ୍ର (ଆରଏମଆରସି) ର ବୈଜ୍ଞାନିକଙ୍କ ଗବେଷଣା ଦ୍ଵାରା ଏକ ନୂତନ ଟୀକା ଉଦ୍ଭାବନ କରାଯାଇଛି। ଏହି ପଦ୍ଧତିକୁ ଇଣ୍ଡିଆନ୍‌ କାଉନସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ(ଆଇସିଏମ୍‌ଆର) ତରଫରୁ ଅନୁମତି ପ୍ରଦାନ କରାଯାଇଛି। ଏହି ପ୍ରୟାସ ପାଇଁ ଆର୍‌ଏମ୍ଆର୍‌ସି ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ରାଜ୍ୟ ସମେତ ସମଗ୍ର ଦେଶରେ ମ୍ୟାଲେରିଆ ବିଶେଷ କରି ବ୍ରେନ୍‌ ମ୍ୟାଲେରିଆ ମୂଳୋତ୍ପାଟନ କ୍ଷେତ୍ରରେ ଏହା ନିଶ୍ଚିତ ଭାବେ ସହାୟକ ହେବ ବୋଲି ମୁଁ ଆଶା ରଖୁଛି।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande