ପୋଢ ଗାଧୋଇବାକୁ ଯାଇ ଜେସିବି ଖୋଳିଥିବା ଗାତ ର ପାଣିରେ ବୁଡି ମା ପୁଅଙ୍କ ମୃତ୍ୟୁ
Mother and son dead after sinking in a water hole
ପୋଢ ଗାଧୋଇବାକୁ ଯାଇ ଜେସିବି ଖୋଳିଥିବା ଗାତ ର ପାଣିରେ ବୁଡି ମା ପୁଅଙ୍କ ମୃତ୍ୟୁ


କନ୍ଧମାଳ , ୧୮ ଜୁଲାଇ (ହି.ସ.) କନ୍ଧମାଳ ଜିଲ୍ଲା ଚକାପାଦ ଥାନା ଅନ୍ତର୍ଗତ ପସରା ପଂଚାୟତ ର ସୀତାସୁଗା ଠାରେ, ଜେସିବି ଖୋଳିଥିବା ଏକ ଗାତରେ ଥିବା ବର୍ଷା ପାଣି ରେ ବୁଡି ଜଣେ ମହିଳା ଏବଂ ତାଙ୍କର ୫ ବର୍ଷର ପୁଅର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ ଗୁରୁବାର ୧୭ ତାରିଖ ଦିନ ଖଉବଣ ଗାଁ ର କଇଁତା ଭୋଈ ତାଙ୍କର ପୁଅ ଆରତ ଭୋଈ (୫)କୁ ସାଙ୍ଗରେ ନେଇ ସୀତାସୁଗା ଠାରେ, ଥିବା ଜେସିବି ଖୋଳିଥିବା ଗାତରେ ଜମା ହୋଇଥିବା ବର୍ଷା ପାଣି ରେ ପୋଢ ମାନଙ୍କୁ ଗାଧୋଇବା କୁ ନେଇଥିଲେ। ପୋଢ ଗାଧୁଆ ସରିବା ପରେ ସେମାନେ ନିଜେ ଧୁଆଧୋଇ ହେବା ପାଇଁ ଆଉ ଗୋଟିଏ ଗାତରେ ଥିବା ପାଣି ରେ ଯାଇ ଧୁଆଧୋଇ ହେଉଥିବା ବେଳେ ସେଠାରେ ଅଧିକ ଗାତ ଓ ଅଧିକ ଗଭୀର ପାଣି ରେ ଗୋଡ ଖସିଯିବା ଫଳରେ ଉଭୟେ ସେଠାରେ ବୁଡି ପ୍ରାଣ ହରାଇଥିଲେ। ସେମାନଙ୍କ ଫେରିବାରେ ବିଳମ୍ବ ହେବାରୁ କଇଁତାଙ୍କ ସ୍ୱାମୀ ସେମାନଙ୍କୁ ଖୋଜି ଖୋଜି ଘଟଣା ସ୍ଥଳରେ ପହଂଚି ସେମାନଙ୍କ ମୃତ୍ୟୁ ଘଟିଥିବା ଦେଖି ଚକାପାଦ ଥାନା ରେ ଏକ ଅଭିଯୋଗ ଦେଇଥିଲେ। ଅଭିଯୋଗ ପ୍ରକାରେ ଚକାପାଦ ଥାନା ପୋଲିସ ଏକ ମାମଲା ରୁଜୁ କରି ଶବ ଗୁଡିକୁ ବ୍‌ଯବଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଥିବା ଜଣାପଡିଛି।

-----------

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande