୨୪ରେ ରାଜ୍ୟବ୍ୟାପୀ ଶ୍ରଦ୍ଧାଂଜଳି ଦିବସ ପାଳିବ କଂଗ୍ରେସ ,.
ଭୁବନେଶ୍ୱର, ୧୮ ଜୁଲାଇ (ହି.ସ.)- ଆସନ୍ତା ୨୪ ତାରିଖ ଦିନ ରାଜ୍ୟ ସାରା କଂଗ୍ରେସ ପାଳନ କରିବ ଶ୍ରଦ୍ଧାଞ୍ଜଳି ଦିବସ। ପିସିସି ସଭାପତି ଭକ୍ତ ଚରଣ ଦାସ ଶୁକ୍ରବାର ଏହି ଘୋଷଣା କରିଛନ୍ତି। ୨୪ ତାରିଖରେ ଆତ୍ମହତ୍ୟା କରିଥିବା ଛାତ୍ରୀଙ୍କ ଶ୍ରାଦ୍ଧ ଦିବସ ଥିବାରୁ ଏହି କାର୍ଯ୍ୟକ୍ରମ ହାତକୁ ନେଇଛି କଂଗ୍ରେସ।
୨୪ରେ ରାଜ୍ୟବ୍ୟାପୀ ଶ୍ରଦ୍ଧାଂଜଳି ଦିବସ ପାଳିବ କଂଗ୍ରେସ ,.


ଭୁବନେଶ୍ୱର, ୧୮ ଜୁଲାଇ (ହି.ସ.)- ଆସନ୍ତା ୨୪ ତାରିଖ ଦିନ ରାଜ୍ୟ ସାରା କଂଗ୍ରେସ ପାଳନ କରିବ ଶ୍ରଦ୍ଧାଞ୍ଜଳି ଦିବସ। ପିସିସି ସଭାପତି ଭକ୍ତ ଚରଣ ଦାସ ଶୁକ୍ରବାର ଏହି ଘୋଷଣା କରିଛନ୍ତି।

୨୪ ତାରିଖରେ ଆତ୍ମହତ୍ୟା କରିଥିବା ଛାତ୍ରୀଙ୍କ ଶ୍ରାଦ୍ଧ ଦିବସ ଥିବାରୁ ଏହି କାର୍ଯ୍ୟକ୍ରମ ହାତକୁ ନେଇଛି କଂଗ୍ରେସ। ଏହି କାର୍ଯ୍ୟକ୍ରମରେ କଂଗ୍ରେସ ସହ ୮ ବାମ ପନ୍ଥୀ ଦଳ ସାମିଲ ହେବେ। ରାଜ୍ୟରେ ଗତ କିଛି ଦିନରେ ହତ୍ୟା, ଆତ୍ମହତ୍ୟାର ଶିକାର ହୋଇଥିବା ଛାତ୍ରୀଙ୍କ ଉଦ୍ଦେଶ୍ୟରେ ଏହା ପାଳନ ହେବ। ବିଭିନ୍ନ ସ୍ଥାନରେ ମହିଳା କଂଗ୍ରେସ ଏହି ଦିବସ ପାଳନ କରିବ।କଲେଜ, ୟୁନିଭରସିଟିରେ ଦୁଇ ମିନିଟ ପାଇଁ ନିରବ ପ୍ରାର୍ଥନା ସହ ଏହି ଦିବସ ପାଳନ ପାଇଁ ଅପିଲ କରିଛନ୍ତି ପିସିସି ସଭାପତି । ସେ କହିଛନ୍ତି ନ୍ୟାୟ ମିଳିଲେ ପୀଡିତାଙ୍କ ଆତ୍ମା ଶାନ୍ତି ପାଇବ। ତେଣୁ ଏହି ଦିବସ ପାଳନ କେବଳ ତାଙ୍କୁ ନ୍ୟାୟ ଦେବା ପାଇଁ। ଏହାସହ ସେ ମହିଳା କମିଶନ ଗଠନ ସହ ସୁପ୍ରିମ କୋର୍ଟ ମନିଟରିଂରେ ନ୍ୟାୟିକ ତଦନ୍ତର ଦାବୀ ଦୋହରାଇଛନ୍ତି। ୨୪ ତାରିଖ ପରେ କଣ କାର୍ଯ୍ୟକ୍ରମ ହାତକୁ ନିଆଯିବ ସମସ୍ତ ଦଳ ମିଳିତ ବୈଠକ କରି ନିଷ୍ପତି ନେବ ବୋଲି କହିଛନ୍ତି ଭକ୍ତ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande