ଭୁବନେଶ୍ୱର, ୧୮ ଜୁଲାଇ (ହି.ସ.)- ଏଫ ଏମ କଲେଜ ଛାତ୍ରୀଙ୍କ ଚରିତ୍ର ସଂହାର ନେଇ ଛାତ୍ର କଂଗ୍ରେସ କର୍ମୀଙ୍କ ନାଁରେ ହୋଇଥିବା ଏତଲାକୁ ନେଇ ପିସିସି ସଭାପତି ଭକ୍ତ ଦାସ ବଡ଼ ବୟାନ ରଖିଛନ୍ତି। ସେ କହିଛନ୍ତି ଏତଲା ହୋଇଥିବା ଦୁଇ ଛାତ୍ର ନେତାଙ୍କ ମଧ୍ୟରୁ ଜଣେ ଆପ ଦଳର ଏବଂ ଅନ୍ୟ ଜଣଙ୍କୁ ୬ ମାସ ତଳୁ ଦଳରୁ ବାହାର କରାଯାଇଛି। ରାଜନୀତି କରୁଥିବାରୁ କିଏ ଆସି ଆମ ସହ ଫଟୋ ଉଠାଇ ଥାଇ ପାରନ୍ତି। ଦୋଷୀ ଯିଏ ହେଉ ଦଣ୍ଡ ପାଉ। ପୀଡିତା କାହାକୁ ଦାୟୀ କରିଛି ତାହା ଗୁରୁତ୍ୱପୂର୍ଣ୍ଣ। ପୀଡିତାଙ୍କ ଏତଲାର ପ୍ରଥମେ ଉତର ଦିଅନ୍ତୁ ଶାସକ ଦଳ। ସୋସିଆଲ ମିଡ଼ିଆରେ ଯାହାକୁ ଯାହା କହି ଦେବା ଏହା ଗ୍ରହଣୀୟ ନୁହେଁ। ଆମ ଲୋକ ଭୁଲ କଲେ ଦଳ କାର୍ଯ୍ୟାନୁଷ୍ଠାନ ନେବ। ତାଙ୍କ ନାଁରେ ବି ଏତଲା ହେବ। ଆମେ ନାରୀ ନ୍ୟାୟ ଇସ୍ୟୁ ଛାଡୁ ନାହୁଁ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା