ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କ୍ଷମତା ବିକାଶ ପ୍ରଶିକ୍ଷଣ ଶିବିର ଆରମ୍ଭ
କେନ୍ଦୁଝର, ୧୮ ଜୁଲାଇ (ହି.ସ.) କେନ୍ଦୁଝର ଜିଲ୍ଲା ପ୍ରଶାସନ ଓ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ସହଯୋଗରେ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ମାନଙ୍କ ପାଇଁ ଆବାସିକ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି । ଆଜିର ଉଦଘାଟନୀ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକ, ରବୀନ୍ଦ
ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କ୍ଷମତା ବିକାଶ ପ୍ରଶିକ୍ଷଣ ଶିବିର ଆରମ୍ଭ


କେନ୍ଦୁଝର, ୧୮ ଜୁଲାଇ (ହି.ସ.) କେନ୍ଦୁଝର ଜିଲ୍ଲା ପ୍ରଶାସନ ଓ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ସହଯୋଗରେ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ମାନଙ୍କ ପାଇଁ ଆବାସିକ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି । ଆଜିର ଉଦଘାଟନୀ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକ, ରବୀନ୍ଦ୍ର ପ୍ରଧାନ, ଡେପୁଟି କଲେକ୍ଟର ଅଭିଳାଷ ପୁରୋହିତ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ।

ଜିଲ୍ଲାର ୧୩ଟି ବ୍ଲକର ୨୯୭ ପଂଚାୟତର ସମସ୍ତ ପଂଚାୟତ ନିର୍ବାହୀ ଅଧିକାରୀ ଛଅଟି ବ୍ୟାଚ୍ ରେ ଏହି ପ୍ରଶିକ୍ଷଣରେ ଯୋଗ ଦେବେ, ଯାହା ୬ଅଗଷ୍ଟ ୨୦୨୫ ପର୍ଯ୍ୟନ୍ତ ଚାଲିବ। ପ୍ରଶିକ୍ଷଣରେ ବିପର୍ଯ୍ୟୟ ପରିଚାଳନା ଆଇନ୍ ୨୦୦୫, ସତର୍କତା ପ୍ରଣାଳୀ, ଆଶ୍ରୟସ୍ଥଳ ପରିଚାଳନା, ଶୁଷ୍କ ପ୍ରତିକାର, ଏବଂ ଗ୍ରାମ ପଂଚାୟତର ଭୂମିକା ଆଦି ବିଷୟ ଉପରେ ଆଲୋଚନା ହେବ।

-------------

ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA


 rajesh pande