ଜୟପୁର 18 ଜୁଲାଇ (ହି.ସ.) ଜୟପୁର କଲେଜ ଅଫ ଫର୍ମାସି ଠାରେ ଅଗ୍ନିଗିର ବାୟୁ ନିଯୁକ୍ତି ଜାଗରଣ କର୍ମଶାଳା ଆଜି ଆୟୋଜିତ ହୋଇଛି । ଏହି କର୍ମଶାଳାଟି ଓଡିଶା ଦକ୍ଷତା ତଥା ନିୟୋଜିନ କାଯ୍ୟାଳୟ କୋରାପୁଟ ସହିତ ମିଳିତ ଉଦ୍ୟମରେ ଆୟୋଜିତ ହୋଇଛି । ଏହି କର୍ମଶାଳାରେ ଜୟପୁର କଲେଜ ଅଫ ଫାର୍ମାସିର ନିଦ୍ଦେଷିତା ଡ, ପ୍ରୟମ୍ବଦା ଷଡଙ୍ଗୀ, ଅଧ୍ୟକ୍ଷ ସତ୍ୟ ବ୍ରତ ଜେନା, ଉପାଧ୍ୟକ୍ଷ ସଂଗ୍ରାମ କେଶିରି ପଣ୍ଡା ତତ ସହିତ ବାୟୁ ସେନା ଏସଜିଟି ଏନ.ଡି ସିଂ, ଏସଜିଟି ପ୍ରସନ୍ନ କୁମାର ଏବଂ ଶୁଭମ ଆନନ୍ଦ , ମୁଖ୍ୟମନ୍ତ୍ରୀ ଦକ୍ଷତା ବିକାଶ ତଥା ନିୟୋଜନ ପ୍ରତିନିଧି ମଞ୍ଚାସିନ ହୋଇଥିଲେ । ଏହି କର୍ମଶାଳାରେ ଛାତ୍ର ଛାତ୍ରୀ ମାନେ ବାୟୁସେନାର ଅଗ୍ନିବିର ପଦ ପଦବୀରେ କିପରି ନିଯୁକ୍ତି ପାଇ ପାରିବେ ତାହା ଉପରେ ଆଲୋକ ପାତ କରିଥିଲେ । ଏହି କାଯ୍ୟକ୍ରମରେ ଜୟପୁର କଲେଜ ଅଫ ଫାର୍ମାସିର ୮୩ ଜଣ ଛାତ୍ର ଛାତ୍ରୀ ଉପସ୍ଥିତ ରହି ଥିଲେ । ଏହି କର୍ମଶାଳାରେ ବାୟୁ ସେନାର ପ୍ରତିନିଧି ମାନେ ଅଗ୍ନିବିର ଛଡା ଛାତ୍ର ଛାତ୍ରୀ ମାନଙ୍କୁ ବାୟୁସେନାର ଫାର୍ମାସି ତଥା ମେଡିକାଲ ଆସିଷ୍ଟାଣ୍ଟ ପଦି ଗୁଡିକରେ କିପରି ନିଯୁକ୍ତି ପାଇ ପାରିବେ ସେ ଉପରେ ଅବଗତ କରାଇଥିଲେ । ଏହି କର୍ମଶାଳା କୁ ଏନଏସଏସ କମିଟିର ସଭ୍ୟ ମାନେ ଆୟୋଜନ କରିଥିଲେ । ସଭାର ଅତିଥି ମାନଙ୍କୁ ସମ୍ମାନିତ କରାଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର / ପିକେପି