ମାତୃ କର୍ମଶାଳା ଅନୁଷ୍ଠିତ
ଜୟପୁର, 18 ଜୁଲାଇ (ହି.ସ.)ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଅରବିନ୍ଦ ନଗର ଜୟପୁର ଠାରେ ଅରୁଣ ଶ୍ରେଣୀ ଠାରୁ ଦ୍ଵିତୀୟ ଶ୍ରେଣୀ ପର୍ଯ୍ୟନ୍ତ ମାତୃକର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ମାନନୀୟ l ଶ୍ରୀମତୀ କବିତା ସାହୁ ( ଦକ୍ଷିଣ ସମ୍ଭାଗ ସମିତି ସଦ୍ୟସl) ଉପସ୍ଥିତ ରହି କ
ମାତୃ କର୍ମଶାଳା ଅନୁଷ୍ଠିତ


ଜୟପୁର, 18 ଜୁଲାଇ (ହି.ସ.)ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଅରବିନ୍ଦ ନଗର ଜୟପୁର ଠାରେ ଅରୁଣ ଶ୍ରେଣୀ ଠାରୁ ଦ୍ଵିତୀୟ ଶ୍ରେଣୀ ପର୍ଯ୍ୟନ୍ତ ମାତୃକର୍ମଶାଳା ଅନୁଷ୍ଠିତ ହୋଇଯାଇଛି l

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ମାନନୀୟ l ଶ୍ରୀମତୀ କବିତା ସାହୁ ( ଦକ୍ଷିଣ ସମ୍ଭାଗ ସମିତି ସଦ୍ୟସl) ଉପସ୍ଥିତ ରହି କାର୍ଯ୍ୟକ୍ରମ ଟିକୁ ଆଗେଇ ନେଇଥିଲେ l ଶିଶୁ ମାନଙ୍କୁ କିପରି ଲାଳନପାଳନ କରିବେ ଏବଂ କିଭଳି ସଂସ୍କାର ରହିବା ଆବଶ୍ୟକ ସେହି ବିଷୟରେ କିଛି ବୌଦ୍ଧିକ ପ୍ରଦାନ

କରିଥିଲେ l ସ୍ଥାନୀୟ ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ଯ ଡକ୍ଟର ରମଣୀ ରଞ୍ଜନ ଦାସ ଆଧାରିତ ଶିକ୍ଷା ସମ୍ବନ୍ଧୀୟ କିଛି ସୂଚନା ଏବଂ ଶିଶୁଙ୍କ ସର୍ବାଙ୍ଗୀନ ବିକାଶ ସମ୍ବନ୍ଧୀୟ କିଛି ତଥ୍ୟ ପ୍ରଦାନ କରିଥିଲେ l

ପ୍ରାନ୍ତ ପ୍ରମୁଖ ମାନନୀୟ l ଅମିତା ମହାପାତ୍ର, ସୁମୀତା ପାଢୀ, ପୁଷ୍ପଲତା ପଣ୍ଡା, ଏନ୍. ସବିତା, ଶୁଭସ୍ମିତା ଗୌଡ଼ ,ଶିବାନୀ ନାୟକ, ଶ୍ରିୟା ସୁଚରିତା, ମଧୁମିତା ବେହେରା ଇତ୍ୟାଦି ଗୁରୁମା ଉପସ୍ଥିତ ରହି କାର୍ଯ୍ୟକ୍ରମ ଟିକୁ ଆଗେଇ ନେବାରେ ସହଯୋଗ କରିଥିଲେ l ବନ୍ଦେମାତରମ୍ ପରେ କାର୍ଯ୍ୟକ୍ରମଟି ଶେଷ ହୋଇଥିଲା l

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande