ଜୟପୁର, 18 ଜୁଲାଇ (ହି.ସ.)
ରାଷ୍ଟ୍ରୀୟ ହିନ୍ଦୁ ଫ୍ରଣ୍ଟ କୋରାପୁଟ ଜିଲ୍ଲା ପକ୍ଷରୁ ଦେଶରେ ସବୁ ନାଗରିକ ମାନଙ୍କ ପାଇଁ ସମାନ ସ˚ହିତା ଆଇନ ପ୍ରଣୟନ ସହିତ ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ସବୁ ନାଗରିକଙ୍କ ନିମନ୍ତେ ଦୁଇ ସନ୍ତାନ ଆଇନ ଲାଗୁ କରିବା ପାଇଁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ସମ୍ବିଧାନକୁ ଅବମାନନା କରାଯାଇ ଦେଶରେ ଧାର୍ମିକ ଆଧାରରେ ବିଭିନ୍ନ ଧର୍ମାବଲମ୍ବି ମାନଙ୍କ ପାଇଁ ଅଲଗା ଅଲଗା ଆଇନ ପ୍ରଚଳନ ହେଉଛି। ଯାହା ଫଳରେ କିଛି ନାଗରିକ ଦୈତ୍ୟ ଆଇନ ଉପଭୋଗ କରୁଛନ୍ତି। ଗୋଟିଏ ଦେଶରେ ଏକାଧିକ ଆଇନ ପ୍ରଚଳନ, ଭାରତୀୟ ସମ୍ବିଧାନର ଧାରା ୪୪କୁ ସ୍ପଷ୍ଟ ଅବମାନନା କରୁଛି। ଓଡିଶା ସରକାର ପ୍ରାଦେଶିକ ସ୍ତରରେ ଜାତି ବର୍ଣ୍ଣ ଧର୍ମ ନିର୍ବିଶେଷରେ ପ୍ରତ୍ୟେକ ନାଗରିକଙ୍କ ପାଇଁ ଦୁଇଟି ସନ୍ତାନ ଆଇନ ପ୍ରଣୟନ କରିବାକୁ ରାଷ୍ଟ୍ରୀୟ ହିନ୍ଦୁ ଫ୍ରଣ୍ଟ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ଆଜି ସାରା ରାଜ୍ୟର ଜିଲ୍ଲାପାଳଙ୍କୁ ଏହି ଦାବିପତ୍ର ପ୍ରଦାନ କରାଯାଇଥିବା ବେଳେ ଆଜି କୋରାପୁଟ ଜିଲ୍ଲାରେ ମଧ୍ୟ ଦାବିପତ୍ର ପ୍ରଦାନ କରାଯାଇଛି। ଜାତୀୟ ସନ୍ତାନ ଜନ୍ମଦାତାଙ୍କୁ ସରକାରୀ ଚାରିକୀ ଦିଆନଜିବାର ସାମ୍ବିଧାନିକ ବ୍ୟବସ୍ଥା ରହିବା, ଚାକିରୀରେ ଥିବା ବ୍ୟକ୍ତି ତୃତୀୟ ପିଲା ଜନ୍ମଦେଲେ ଉଭୟ ଦମ୍ପତିଙ୍କୁ ସେମାନଙ୍କୁ ଅତିଶୀଘ୍ର ନିବୃତ କରିବାର ବ୍ୟବସ୍ଥା କରିବା, ତୃତୀୟ ସନ୍ତାନ ଜନ୍ମ ଦେଇଥିବା ବ୍ୟକ୍ତିଙ୍କୁ ରାସନ ବ୍ୟବସ୍ଥା ବନ୍ଦ କରିବା ସହିତ ସମସ୍ତ ସରକାରୀ ସୁବିଧାରୁ ବଞ୍ଚିତ କରିବାକୁ ଆଇନ ପ୍ରଣୟନ କରିବା, ଏହାସତ୍ତ୍ବେ ୪ର୍ଥ ସନ୍ତାନ ଜନ୍ମଦେଲେ ସ˚ପୃକ୍ତ ଦମ୍ପତ୍ତିମାନଙ୍କୁ ଜେଲ ଦଣ୍ତର ବ୍ୟବସ୍ଥା କରିବା ପାଇଁ ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ଦାବିପତ୍ର ପ୍ରଦାନ ସମୟରେ ଉପସଭାପତି ମୀନକେତନ ପରିଛା, ଜିଲ୍ଲାସଭାପତି ରବିନ୍ଦ୍ର କୁମାର ପାଢୀ, ବରିଷ୍ଠ ଆଇନଜୀବୀ ମଦନ ମୋହନ ନାୟକ, ଜ୍ୟୋତି ରଞ୍ଜନ ପୂଜାରୀ, ଗିରିଧର ଖରା, ଗୁପ୍ତେଶ୍ବର ବ୍ରହ୍ମା, ମମମୋହନ ମିଶ୍ର, ବଲ୍ଲଭ ନାରାୟଣ ଷଡଙ୍ଗି, ସାଇବ ମହାରଣା, ବରୁଣ ଜୈନ, ବିଜୟ କୁମାର ସାହୁଙ୍କ ସମେତ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି