ନିଶା ନେଲେ ବିଦ୍ୟାଳୟ ଯାଉଛନ୍ତି ଶିକ୍ଷକ ! ସୁନ୍ଦରଗଡ ଜିଲ୍ଲାରେ ଗ୍ରାମାଂଚଳ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ; ଲାଠିକଟା ଏକ ଉଦାହରଣ
ରାଉରକେଲା, ୧୮ ଜୁଲାଇ (ହି.ସ.)- ସରକାରୀ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ, ଦରମା ସରକାର ଅନେକ ଦେଉଛନ୍ତି ସୁବିଧା ସୁଯୋଗ ମଧ୍ୟ ଅନେକ, ଅନେକପିଲା ଯେଉଁମାନେ ବହୁ ଡିଗ୍ରୀ ଧାରୀ ସେମାନେ ମଧ୍ୟ ଏହି ଚାକିରୀକୁ ଆଶା କରୁଛନ୍ତି, ହେଲେ ଦୁର୍ଭାଗ୍ୟର ବିଷୟ ଯେ, ଜିଲ୍ଲାରେ ଥିବା ବିଆରସିସି ସିଆରସିସି ଓ ବି
ନିଶା ନେଲେ ବିଦ୍ୟାଳୟ ଯାଉଛନ୍ତି ଶିକ୍ଷକ ! ସୁନ୍ଦରଗଡ ଜିଲ୍ଲାରେ ଗ୍ରାମାଂଚଳ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ; ଲାଠିକଟା ଏକ ଉଦାହରଣ


ରାଉରକେଲା, ୧୮ ଜୁଲାଇ (ହି.ସ.)- ସରକାରୀ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ, ଦରମା ସରକାର ଅନେକ ଦେଉଛନ୍ତି ସୁବିଧା ସୁଯୋଗ ମଧ୍ୟ ଅନେକ, ଅନେକପିଲା ଯେଉଁମାନେ ବହୁ ଡିଗ୍ରୀ ଧାରୀ ସେମାନେ ମଧ୍ୟ ଏହି ଚାକିରୀକୁ ଆଶା କରୁଛନ୍ତି, ହେଲେ ଦୁର୍ଭାଗ୍ୟର ବିଷୟ ଯେ, ଜିଲ୍ଲାରେ ଥିବା ବିଆରସିସି ସିଆରସିସି ଓ ବିଇଓ ମାନେ ବିଦ୍ୟାଳୟଗୁଡିକୁ ନିୟମିତ ପରିଦର୍ଶନ କରୁନଥିବାରୁ ବର୍ତମାନ ଗ୍ରାମାଂଚଳ ବିଦ୍ୟାଳୟରେ ଥିବା କିଛି ଶିକ୍ଷକ ସକାଳୁ ଦୁଇ ପେଗ ମାରିଦେଇ ବିଦ୍ୟାଳୟକୁ ଯାଉଥିବାର ଖବର

ମିଳିଛି। ଯାହା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ଓ ଏଭଳି ସ୍ଥିତି ଜିଲ୍ଲାର ଗ୍ରାମାଂଚଳରେ ଅଧିକ ଚାଲିଥିବା ନେଇ ଭୟଙ୍କର ଖବର ମାନ ଆସିଛି । ନିକଟରେ କୁଆଁରମୁଣ୍ଡା ଅଁଚଳର ଜଣେ ଶିକ୍ଷକ ତଥା ହେଡମାଷ୍ଟର ଇନଚାର୍ଜ ସୁରେନ୍ଦ୍ର ରାଉତ ଲାଠିକଟା ବିଇଓଙ୍କ ସହ ମିଶି ଢାବା ଗୁଡିକରେ ନିଶାନେଇ ବୁଲୁଥିବା ଓ ସ୍କୁଲକୁ ଯାଉନଥିବା ଖବର ଗଣମାଧ୍ୟମରେ ପ୍ରଚାରିତ ହେବା ପରେ ସୁନ୍ଦରଗଡ ଡିଇଓଙ୍କ ଅଫିସ ତାଙ୍କ ବିଦ୍ୟାଳୟ ପରିଦର୍ଶନ କରି ତାଙ୍କୁ ନପାଇ ତାଙ୍କୁ ନିଲମ୍ବିତ କରିଛନ୍ତି । ତେବେ ଏହି ଖବର ପ୍ରଚାରିତ ହେବା ପରେ ଲାଠିକଟା ଅଁଚଳର ଶିକ୍ଷା ବ୍ୟବସ୍ଥା ମଧ୍ୟ ଏହିଭଳି ବୋଲି ଖବର ଆସିଛି ।

ଖବରରୁ ପ୍ରକାଶ ଯେ, କିଛି ଶିକ୍ଷକ ସକାଳୁ ବିଦ୍ୟାଳୟକୁ ଯିବା ଆଗରୁ ନିଶା ନେଇ ଯାଉଛନ୍ତି, ସେଠାରେ ମଧ୍ୟାନ୍ନ ଭୋଜନ ସାଙ୍ଗରେ ଆଇଁଶ ବ୍ୟବସ୍ଥା କରି ଖାଇ ପି ଶୋଉଛନ୍ତି ପିଲାଙ୍କୁ ପଦ ସେବା ମଧ୍ୟ କରାଉଛନ୍ତି, ଅବଶ୍ୟ ପଲଙ୍କ ସେବା ଲାଗି ଆଉ ବେଶି ଦିନ ନାହିଁ ବୋଲି କୁହାଯାଉଛି । ଲାଠିକଟା ବ୍ଲକରେ ଏହିଭଳି ଶିକ୍ଷକଙ୍କ ସଂଖ୍ୟା ଅନେକ ବୋଲି ଖବର ମିଳିଛି । ଏମାନେ ଏଭଳି ସାହସ କରିବା ପଛର କାରଣ ହେଲା ଏଠାରେ ଥିବା ବିଇଓ ବାବୁ କୁଆଡେ ସକାଳୁ ଢାବାରୁ ମେଡିସିନ ନେଇ ଅଫିସ ଆସନ୍ତି,ବିଦ୍ୟାଳୟ ଗୁଡିକରେ କଣ ହେଲା ତାହା ବୁଝିବା ଦୂରରେ ଥାଉ, ନିଜ ଅଫିସ କଥା ମଧ୍ୟ ଠିକ ଭାବେ ବୁଝନ୍ତି ନାହିଁ, କିରାଣୀ ମାନେ ଯାହା କଲେ ସେଥିରେ ଦସ୍ତଖତ କରିଦେଇ ଘରକୁ ଚାଲିଯାଆନ୍ତି । ତେଣୁ ୟାଙ୍କୁ କୌଣସି ଶିକ୍ଷକ ମଧ୍ୟ ଅଫିସରେ ପାଆନ୍ତି ନାହିଁ । ଏବାବୁ କୁଆଡେ ଜିଲ୍ଲାର ଜଣେ ବିରୋଧୀ ଦଳ ବିଧାୟକଙ୍କ ସଂପର୍କୀୟ ତେଣୁ ୟାଙ୍କୁ ଚାରି ଦିଗରୁ ମାଫ କରିଚାଲିଛି ଜିଲ୍ଲା ଶିକ୍ଷା ବିଭାଗ ଓ ସୁନ୍ଦରଗଡ ଜିଲ୍ଲାପାଳଙ୍କ ଅଫିସ । ୟାଙ୍କ ବିରୋଧରେ ଖବର ମଧ୍ୟ ଅନେକ ମିଡିଆରେ ଆସିଛି ତଥାପି ସବୁ ନିରବ । ତେଣୁ ଯେଉଁଠି

ଶିକ୍ଷା ବିଭାଗ ବ୍ଲକ କାର୍ଯ୍ୟାଳୟର ମୁଖିଆ ସକାଳୁ ଏହି ଅବସ୍ଥାରେ ତେଣୁ ଶିକ୍ଷକ ମାନେ ମଧ୍ୟ ତାକୁ ଆପଣେଇ ନେଇଛନ୍ତି । ଶିକ୍ଷକଙ୍କୁ ପଚାରିଲେ ସେମାନେ କହୁଛନ୍ତି ବାବୁ ତ ମାଲ ପିଇ ଫିଟ ଆମେ ଫିଟ ରହିଲେ ସେ ଜାଣିବେ କେମିତି? ତେଣୁ ଏହାର ସୁଯୋଗ ନେଇ ବିଆରସିସି ଓ ସିଆରସିସି ମାନେ ମଧ୍ୟ ତାଙ୍କ ରାସ୍ତାରେ, ସେମାନେ ମଧ୍ୟ ବିଦ୍ୟାଳୟ ଓ ଅଫିସକୁ ନଯାଇ ଦରମା ପାଇ ପୁରା ମସଗୁଲ। ଖାଲି ସେତିକି ନୁହେଁ ଏହିସବୁ ଅଁଚଳରେ ଥିବା କିଛି ବିଦ୍ୟାଳୟ ବର୍ତମାନ ରାତିରେ ମଦୁଆଙ୍କ ଆଡା ସ୍ଥଳି ହୋଇଛି ସେମାନଙ୍କ ଭିତରେ ମଧ୍ୟ ଶିକ୍ଷକ ମାନେ ରହୁଥିବା ଖବର ମିଳିଛି । ଜିଲ୍ଲାରେ ଏଭଳି

ସ୍ଥିତି ଲାଗି ରହିଥିବାରୁ ଏଥର ରେଜଲ୍ଟ ଅତି ନିମ୍ନମାନର ହୋଇଛି । ଲାଠିକଟା ବ୍ଲକ ଜିଲ୍ଲାର ସବୁଠାରୁ ବଡ ବ୍ଲକ। ଏହି ଅଁଚଳରେ ଆଦିବାସୀ ନିରୀହ ଲୋକେ ବସବାସ କରନ୍ତି, ତେଣୁ ବାବୁ ମାନେ ପିଲାଙ୍କ ବାପ ମା କୁ ପିଲାର ଭବିଷ୍ୟତ ଉଜ୍ୱଳ କହି ତାଙ୍କ ଠାରୁ ଦେଶୀ କୁକୁଡା ଖାଇ ସରକାରୀ ଦରମା ନେଇ ମାଲ ପିଇ ରାଜକୀୟ ଜୀବନଯାପନ କରିଚାଲିଛନ୍ତି। ବିଇଓ ବାବୁ ମଧ୍ୟ ନିଜ ରାଇଜରେ ମସଗୁଲ; କାରଣ ବିରୋଧୀ ଦଳ ବିଧାୟକ ତାଙ୍କ ଲୋକ, ଡିଇଓ ଅଫିସ ମଧ୍ୟ ଦୂରରେ ତେଣୁ କେହିକିଛି କହିବାର ନାହିଁ କି ଦେଖିବାର ନାହିଁ, ତେଣୁ ମନଇଛା ଚାଲିଛି ଶିକ୍ଷାଦାନ ବ୍ୟବସ୍ଥା । ଏ ଅବସ୍ଥା ଜିଲ୍ଲାରେ ଗ୍ରାମାଂଚଳର ଅଧିକ ବୋଲି କିଛି ଶିକ୍ଷକ ନେତା ପ୍ରକାଶ କରିଛନ୍ତି । ଗତ ୨୪ ବର୍ଷ ସରକାରରେ କିଛି ଦଳୀୟ ଲୋକେ ଗ୍ରାମାଂଚଳ ବିଦ୍ୟାଳୟ ଗୁଡିକୁ ବୁଲି ମାଷ୍ଟର ମାନଙ୍କ ଠାରୁ ମୋଟା ଅଙ୍କର ଚାନ୍ଦା ଆଦାୟ କରି ନିଜ ପକେଟ ଭରିବା ପରେ କୁଆଡେ ଏହି ବ୍ୟବସ୍ଥା ଅଧିକ ଆକାରରେ ବଢି ବର୍ତମାନ ସ୍ଥିତି ଭୟଙ୍କର ହୋଇସାରିଛି । ରାଜ୍ୟ ସରକାର ଏ ଦିଗରେ ଦୃଷ୍ଟି ଦେବା ସହ ଏଭଳି ଶିକ୍ଷକ

ମାନଙ୍କୁ ତୁରନ୍ତ ଧରି ସେମାନଙ୍କୁ ଚାକିରୀରୁ ବହିଷ୍କାର କରି ନୂତନ ବେକାର ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ଦେଇ ଏକ ନୂଆ ସଂସ୍କାର ଆଣିବାକୁ ଦାବି ହେଉଛି ।

ହିନ୍ଦୁସ୍ଥାନ ସମାଚାର / କାଳୀପ୍ରସାଦ


 rajesh pande