ଦିବ୍ୟାଙ୍ଗ ମାନଙ୍କୁ ବ୍ୟାଟେରୀ ଚାଳିତ ଟ୍ରାଇ ସାଇକେଲ ଓ ଜମି ପଟ୍ଟା ବଂଟନ କଲେ ସାଂସଦ ଓ ବିଧାୟକ
ଖୋର୍ଦ୍ଧା,୧୮ ଜୁଲାଇ (ହି.ସ.) ଶୁକ୍ରବାର ଖୋର୍ଦ୍ଧା ସଦର ମହକୁମା ଜୟୀ ରାଜଗୁରୁ ଟାଉନ୍ ହଲ୍ ଠାରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ମୁଖ୍ୟ ଅତିଥି ଭାବେ ଏବଂ ବିଧାୟକ ଖୋର୍ଦ୍ଧା, ପ୍ରଶାନ୍ତ କୁମାର ଜଗଦେବ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଭାରତୀୟ ତୈଳ ନିଗମ (ସି ଏସ ଆର) ପାଣ୍ଠି ପ୍ରୋତ୍ସାହନରେ ଖୋ
ଦିବ୍ୟଙ୍ଗ


ଖୋର୍ଦ୍ଧା,୧୮ ଜୁଲାଇ (ହି.ସ.) ଶୁକ୍ରବାର ଖୋର୍ଦ୍ଧା ସଦର ମହକୁମା ଜୟୀ ରାଜଗୁରୁ ଟାଉନ୍ ହଲ୍ ଠାରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ମୁଖ୍ୟ ଅତିଥି ଭାବେ ଏବଂ ବିଧାୟକ ଖୋର୍ଦ୍ଧା, ପ୍ରଶାନ୍ତ କୁମାର ଜଗଦେବ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଭାରତୀୟ ତୈଳ ନିଗମ (ସି ଏସ ଆର) ପାଣ୍ଠି ପ୍ରୋତ୍ସାହନରେ ଖୋର୍ଦ୍ଧା ଜିଲ୍ଲାର ଦିବ୍ୟାଙ୍ଗ ଲିଙ୍ଗରାଜ ନାୟକ,ଶୋଭନ ମୋଲାଲ, ସୁଜାତା ପୃଷ୍ଟି, ଜିତେନ୍ଦ୍ର ପଲେଇ ଏବଂ ଅଖିଳ କୁମାର ପଣ୍ଡା ଙ୍କୁ ନେଇ ୯୯ ଜଣ ଦିବ୍ୟାଙ୍ଗଙ୍କୁ ବ୍ୟାଟେରୀ ଚାଳିତ ଟ୍ରାଇ ସାଇକେଲ ବଂଟନ କରିବା ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ଖୋର୍ଦ୍ଧା ତହସିଲ ଅଧୀନ ବସୁନ୍ଧରା ଯୋଜନା ରେ ତଥା ବେ ବନ୍ଦୋବସ୍ତ ଜମିକୁ ବନ୍ଦୋବସ୍ତରେ ସମାଧାନ କରାଯାଇ କନକ ବାରିକ, ବୈକୁଣ୍ଠ ବିହାରୀ ସାହୁ, ଦୁଃଶାସନ ଗୁମାନ ସିଂହ, ଶରତ କୁମାର ପ୍ରଧାନ, ରଘୁନାଥ ସୁନ୍ଦରକ୍ଷ, ସୁଶାନ୍ତ କୁମାର ପାଲଟା ସିଂହ, ଶେଷଦେବ ପାଲଟା ସିଂହ ଏବଂ ସୁଦର୍ଶନ ଛୁଆଳ ସିଂହ ଙ୍କୁ ପଟ୍ଟା ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ନିଜ ଅଭିଭାଷଣରେ କହିଥିଲେ ଆଜିର ଦିବସ ଏକ ସୁନ୍ଦର ସମନ୍ୱୟର ଦିବସ ଅଟେ । ଦିବ୍ୟାଙ୍ଗ ମାନଙ୍କ ସେବାରେ ଜିଲ୍ଲା ପ୍ରଶାସନ, ଭାରତୀୟ ତୈଳ ନିଗମ ,ଭାରତୀୟ କୃତିମ ଅଙ୍ଗ ପ୍ରସ୍ତୁତକାରୀ ନିଗମ ମିଳିତ ଆନୁକୁଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୋତେ ରାଜନୀତିର ଯେଉଁ ଅଭିପ୍ରାୟ ରହିଛି ତାହା ହେଲା ସେବା, ବିକାଶ ଓ ଅଭିଯୋଗ ଶୁଣି ସେଗୁଡିକ ନିରାକରଣ ପରିଭାଷା ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି ମୁଁ ନିଜକୁ ଗର୍ବିତ ମନେକରୁଛି । ଆଜି ଦିବ୍ୟାଙ୍ଗ ମାନଙ୍କୁ ଯେଉଁ ବ୍ୟାଟେରୀ ଚାଳିତ ଟ୍ରାଇ ସାଇକେଲ ପ୍ରଦାନ କରାଗଲା ତାହା ନିଶ୍ଚିତ ଭାବେ ସେମାନେ ନିଜର ଗନ୍ତବ୍ୟ ସ୍ଥଳକୁ ଯିବାରେ ଅସୁବିଧା ହେବନାହିଁ ଏବଂ ସେମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ନିଜ ପରିବାରର ଏବଂ ରାଜ୍ୟ ଓ ରାଷ୍ଟ୍ରର ବିକାଶରେ ସେମାନଙ୍କର ଦିବ୍ୟ ସହଯୋଗ ପ୍ରଦାନ କରିପାରିବେ । ସାଂସଦ ଆହୁରି କହିଥିଲେ ଆବଶ୍ୟକ ପଡ଼ିଲେ ସାଂସଦ ପାଣ୍ଠିରୁ ଦିବ୍ୟାଙ୍ଗ ମାନଙ୍କ ପାଇଁ ସେ ଉପକରଣ ପ୍ରଦାନ କରିବା ପାଇଁ ପ୍ରକାଶ କରିଥିଲେ କ୍ଷ ସମ୍ମାନିତ ଅତିଥି ଭାବେ ବିଧାୟକ ପ୍ରଶାନ୍ତ କୁମାର ଜଗଦେବ କହିଲେ ଦୀବ୍ୟାଙ୍ଗ ହେଉଛନ୍ତି ଦିବ୍ୟ ଅଙ୍ଗ ଓ ଦେବତାଙ୍କର ଅଙ୍ଗ ଯାହା ବଡ଼ ଠାକୁର ଶ୍ରୀ ଜଗନ୍ନାଥ ହେଉଛନ୍ତି ନିଦର୍ଶନ । ପଙ୍ଗୁ ଲଂଘୟତେ ଗିରି ଦିବ୍ୟାଙ୍ଗ ମାନଙ୍କ ଅଭିବ୍ୟକ୍ତ ଚିନ୍ତାଧାରା ହେଉ । ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଙ୍କ ସଂସଦୀୟ କ୍ଷେତ୍ର ତଥା ଖୋର୍ଦ୍ଧା ସଦର ମହକୁମାର ସର୍ବାଙ୍ଗୀନ ଉନ୍ନତି ଓ ଦଳିତ, ନିଷ୍ପେସିତ ଲୋକମାନଙ୍କ ସେବା ପାଇଁ ନିଜର ସର୍ବୋଚ୍ଚ ପ୍ରଶାସନିକ ସେବା ଛାଡ଼ି ନିଜକୁ ସେବାରେ ନିୟୋଜିତ କରିଛନ୍ତି । ଆଜି ମଧ୍ୟ ମାନ୍ୟବର ସାଂସଦ ଖୋର୍ଦ୍ଧା ସହରର ୧୨ ଟି ସାହିକୁ ନେଇ ଇସ୍କନ ମନ୍ଦିର ଠାରୁ ଟ୍ରାଫିକ ଛକ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ, ଆଲୋକିକରଣ ଓ ଡିଭାଇଡର ନିର୍ମାଣ ନିମନ୍ତେ ୨୧.୫୦ କୋଟି ବ୍ୟୟ ଅଟକଳରେ ରାସ୍ତାର ଭିତି ପ୍ରସ୍ତର ସ୍ଥାପନ କରି ସହର ବାସୀଙ୍କୁ ଉତମ ଗମନାଗମନର ଉପଲବ୍ଧି ଦେଇଛନ୍ତି। ଯାହା ତାଙ୍କର ସୁଦୀର୍ଘ ରାଜନୀତିର କେବଳ ସେବାକୁ ସେ ଗୁରୁତ୍ୱ ଦେଇ ମଡେଲ ଖୋର୍ଦ୍ଧା ଓ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରକୁ ତିଆରି କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି କ୍ଷ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ନିଜର ସଭାପତି ଭାଷଣରେ କହିଲେ ଯେ ମାନ୍ୟବର ସାଂସଦ ଓ ବିଧାୟକ ଖୋର୍ଦ୍ଧା ଜିଲ୍ଲା କୁ ରାଜ୍ୟରେ ମଡେଲ ଜିଲ୍ଲା ଭାବେ ଗଢି ତୋଳିବା ପାଇଁ ଅହରହ ପ୍ରୟାସ ଜାରି ରଖିଛନ୍ତି କ୍ଷ ଦିବ୍ୟାଙ୍ଗ ମାନଙ୍କୁ ସାମାଜିକ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଜିଲ୍ଲାପ୍ରଶାସନ ସମସ୍ତ ପ୍ରକାର ସହୋଜୋଗ ଯୋଗାଇ ଦେବ ବୋଲି ସେ ପ୍ରକାଶ କରିଥିଲେ । ଭାରତୀୟ ତୈଳ ନିଗମ, ଭୁବନେଶ୍ୱର ମୁଖ୍ୟ ସାଧାରଣ ପରିଚାଳକ ରୋହିତ କୁମାର କହିଲେ ଯେ ଦିବ୍ୟାଙ୍ଗ ଜନଙ୍କୁ ଆଇ ଓ ସି ଏଲ୍ ସାମାଜିକ ଦାୟିତ୍ୱ ବହନ ପାଣ୍ଠିରୁ ଯେଉଁ ଟ୍ରାଇ ସାଇକେଲ ପ୍ରୋତ୍ସାହନ ଦେଉଛନ୍ତି ତାହା ବିଭାଗ ପାଇଁ ଅତି ଖୁସିର କଥା କ୍ଷ ଭାରତ ବିଶ୍ୱରେ ମାନବ ସମ୍ବଳରେ ଏକ ନମ୍ୱର୍ ହେବା ପାଇଁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲକ୍ଷ୍ୟ ପୂରଣ କରିବାରେ ସହାୟକ ହେବ କ୍ଷ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଏ ଭି ଅଶୋକ କୁମାର, ୟୁନିଟ ମୁଖ୍ୟ କୃତ୍ରିମ ଅଙ୍ଗ ପ୍ରସ୍ତୁତକାରୀ ନିଗମ (ଆ ଲି ମ ସି ଓ) ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଉପ ସାଧାରଣ ପରିଚାଳକ, ଭାରତୀୟ ତୈଳ ନିଗମ ଏ କେ ପଣ୍ଡା ଧନ୍ୟବାଦ୍ ପ୍ରଦାନ କରିଥିଲେ କ୍ଷ ସଭାରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଦିଲ୍ଲୀପ ହୀଆଲ, ତହସିଲଦାର , ଖୋର୍ଦ୍ଧା ବିଭାସ ପାଣିଗ୍ରାହୀ ମଂଚାସିନ ଥିଲେ । ପୂର୍ନେନ୍ଦୁ ଶେଖର ପଣ୍ଡା ଓ ମୀନାକ୍ଷୀ ମଲ୍ଲ, ଅଧ୍ୟାପକ ଓ ଅଧ୍ୟାପିକା,ସତ୍ୟଭାମାଦେଇ କଲେଜ, ଜଟଣୀ ସଭା ପରିଚାଳନା କରିଥିଲେ କ୍ଷ ପ୍ରାରମ୍ଭରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ନିକଟରେ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ପ୍ରଦୀପ ପ୍ରଜ୍ୱଳନ କରି ପୁଷ୍ପାଞ୍ଜଳି ପ୍ରଦାନ କରିଥିଲେ । ପରେ ଆଂଚଳିକ ଜାତୀୟ ସଙ୍ଗୀତ ବାଦନ କରାଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ ତଥା ସଭାର ସଭାପତି ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ସମସ୍ତଙ୍କୁ ଉତରୀୟ ଓ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରିଥିଲେ ।

କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ଅଧିକାରୀ ଏବଂ କର୍ମଚାରୀ, ଭାରତୀୟ ତୈଳ ନିଗମ, ଭୁବନେଶ୍ୱର ଶାଖା ଅଧିକାରୀ ଓ କର୍ମଚାରୀ, ଜିଲ୍ଲାପ୍ରଶାସନ ଅଧିକାରୀ ଓ କର୍ମଚାରୀ, ଦିବ୍ୟାଙ୍ଗ ଓ ଅଭିଭାବକ ଏବଂ ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ଯୋଗଦେଇଥିଲେ ।

----------------

---------------

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande