ବସୁନ୍ଧରା ଫାଉଣ୍ଡେସନ ପକ୍ଷରୁ ସୌମ୍ୟାଶ୍ରୀଙ୍କ ପାଇଁ ଶୋକସଭା :  ଘଟଣାରେ ସମସ୍ତ ଦୋଷୀଙ୍କୁ ତୁରନ୍ତ ଦଣ୍ଡ ପ୍ରଦାନ ଦାବୀ
ବାରିପଦା, ୧୮ ଜୁଲାଇ (ହି.ସ)- ଏଫ.ଏମ. କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କ ପ୍ରତି ହୋଇଥିବା ଅତ୍ୟାଚାର ଓ ନିର୍ଯାତନା ପାଇଁ ବାରମ୍ବାର ଅଭିଯୋଗ କରିମଧ୍ୟ ସେ କାହାଠୁ ନ୍ୟାୟ ନପାଇ ଶେଷରେ ଆତ୍ମାହୁତି ଦେବା ଘଟଣା ଆଜି କେବଳ ରାଜ୍ୟ ନୁହେଁ ସମଗ୍ର ଦେଶକୁ ନିନ୍ଦିତ କରିଛି। ଏହି ଅବସରରେ ବାରିପଦାର ସ୍ବେଚ୍ଛାସେବୀ
ବସୁନ୍ଧରା ଫାଉଣ୍ଡେସନ ପକ୍ଷରୁ ସୌମ୍ୟାଶ୍ରୀଙ୍କ ପାଇଁ ଶୋକସଭା :  ଘଟଣାରେ ସମସ୍ତ ଦୋଷୀଙ୍କୁ ତୁରନ୍ତ ଦଣ୍ଡ ପ୍ରଦାନ ଦାବୀ


ବାରିପଦା, ୧୮ ଜୁଲାଇ (ହି.ସ)- ଏଫ.ଏମ. କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କ ପ୍ରତି ହୋଇଥିବା ଅତ୍ୟାଚାର ଓ ନିର୍ଯାତନା ପାଇଁ ବାରମ୍ବାର ଅଭିଯୋଗ କରିମଧ୍ୟ ସେ କାହାଠୁ ନ୍ୟାୟ ନପାଇ ଶେଷରେ ଆତ୍ମାହୁତି ଦେବା ଘଟଣା ଆଜି କେବଳ ରାଜ୍ୟ ନୁହେଁ ସମଗ୍ର ଦେଶକୁ ନିନ୍ଦିତ କରିଛି। ଏହି ଅବସରରେ ବାରିପଦାର ସ୍ବେଚ୍ଛାସେବୀ ଅନୁଷ୍ଠାନ ବସୁନ୍ଧରା ଫାଉଣ୍ଡେସନ କେଆର ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସ୍ଥାନୀୟ ହରିହର ମନ୍ଦିରରେ ଏକ ଶୋକସଭା ସହିତ ତାଙ୍କ ଆତ୍ମାର ସଦଗତି ନିମନ୍ତେ ଦୀପାଞ୍ଜଳି ପ୍ରଦାନ କରିଛନ୍ତି ସଂଗଠନର ସଦସ୍ୟା ମାନେ. ଘଟଣାରେ ସମସ୍ତ ଦୋଷୀ ମାନଙ୍କୁ ତୁରନ୍ତ ଦଣ୍ଡ ମିଳିବା ସହିତ ଶିକ୍ଷାନୁଷ୍ଠାନ ମାନଙ୍କରେ ଛାତ୍ରୀ ମାନଙ୍କ ଅଧିକାର, ସମ୍ମାନ ଓ ସୁରକ୍ଷା ଲାଗି ଅନ୍ତରୀଣ କମିଟି ଗଠନ କରିବା ସହିତ କମିଟିକୁ ୨୪ ଘଣ୍ଟା ସରକାରୀ ବ୍ୟବସ୍ଥା ସହିତ ଅନଲାଇନ ସଂଯୋଗ କରି ରଖିବାକୁ ଅନୁରୋଧ କରିଛି ବସୁନ୍ଧରା ଫାଉଣ୍ଡେସନ। ଅନୁଷ୍ଠାନର ଅଧ୍ୟକ୍ଷା ସୃତି ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରିଷ୍ଠ ସଦସ୍ୟା ତଥା ସମାଜ ସେବୀ ତାରାମଣି ମହାପାତ୍ର, ସକ୍ରିୟ ସଦସ୍ୟା ମଧୁସ୍ମିତା ଚୌଧୁରୀ, ଦିପ୍ତୀମୟୀ ଦାସ, ରେବତୀ ସିଂହ, ନିରୁପମା ସ୍ୱାଇଁ, ପୂଜା ବାରିକଙ୍କ ସହ ଶ୍ରଦ୍ଧା ସବୁରି ସ୍ଵୟଂ ସହାୟକ ସଂଘର ସଦସ୍ୟ ତଥା ବିଭିନ୍ନ ସ୍କୁଲର ଛାତ୍ରୀମାନେ ଉପସ୍ଥିତ ଥିଲେ.

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande